ଡିପଫେକ୍‌ର ଶିକାର ହେଲେ ପୁଟିନ, ଭିଡିଓ ଭାଇରାଲ

Above Post Content

ମସ୍କୋ: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି । ଏବେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି । ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍‌ର ଶିକାର ହୋଇଛନ୍ତି । ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ଼ିପ୍‌ଫେକ୍‌ର ଶୀକାର ହୋଇଥିଲେ । ହେଲେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ଼ିପ୍‌ଫେକର ଶିକାର ହୋଇଛନ୍ତି । ତାଙ୍କ ଭଳି ଦେଖାଯାଉଥିବା ଏଆଇ ରୋବଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୁଟିନଙ୍କ ଏଆଇ ରୋବଟ

After 2nd paragraph post ads
Middle post content

ଋଷିଆରେ ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥାଏ । ଯେଉଁଥିରେ ଦେଶର ନାଗରିକ ଖୋଦ୍ ରାଷ୍ଟ୍ରପତିଙ୍କ ସହ ଦେଶର ବିଭିନ୍ନ ସମସ୍ୟା ଉପରେ ଖୋଲାଖୋଲି ଆଲୋଚନା କରିଥାନ୍ତି । ତେବେ ଚଳିତ ବର୍ଷ ହୋଇଥିବା ସମ୍ମିଳନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁଟିନଙ୍କର ଜଣେ ଏଆଇ ରୋବଟ ତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଇଛି । ଏଆଇ ରୋବଟ ଜଣକ ଅବିକଳ ପୁଟିନଙ୍କ ଭଳି ଦେଖାଯାଉଛନ୍ତି । କିନ୍ତୁ ସେ ନିଜକୁ ପିଟର୍ସବର୍ଗ ଷ୍ଟେଟ ୟୁନିଭରସିଟିର ଜଣେ ଛାତ୍ର ବୋଲି ପୁଟିନଙ୍କୁ ପରିଚୟ ଦେଇଛନ୍ତି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓରେ ପୁଟିନ ଡିପିଫେକର ଶିକାର ହୋଇଛନ୍ତି ବୋଲି କୁହାଯାଉଛି ।

ପୁଟିନ୍ ଅସୁସ୍ଥ ଥିବାବେଳେ ଭାଇରାଲ ହେଉଛି ନକଲି ଭିଡ଼ିଓ

ଭିଡିଓରେ ନକଲି ପୁଟିନ, ରାଷ୍ଟ୍ରପତି ପୁଟିନଙ୍କୁ ନ୍ୟୁରାଲ ନେଟୱର୍କ ଓ ଏଆଇର ଭୟାବହତା ଉପରେ ତାଙ୍କର ଦୃଷ୍ଟିକୋଣ କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ସେ କଣ ତାଙ୍କର ଅବିକଳ ପ୍ରତିଛବି ଭାବରେ ରୋବଟ ରଖିଛନ୍ତି ବୋଲି କହିଛନ୍ତି । ଏପରି ପ୍ରଶ୍ନରେ ସମ୍ମୁଖରେ ବସିଥିବା ଜନତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଛି । କିନ୍ତୁ ରାଷ୍ଟ୍ରପତି ପୁଟିନ ଗମ୍ଭୀରତାର ସହ ନକଲି ପୁଟିନଙ୍କ ଆଡେ ଦୃଷ୍ଟି ଫେରେଇଛନ୍ତି । ଉତ୍ତରରେ ପୁଟିନ୍ କହିଛନ୍ତି, ଆପଣ ମୋ ଭଳି ଦେଖାଯାଇପାରିବେ ଏବଂ ମୋ ଭଳି ସ୍ୱରରେ କଥାବାର୍ତ୍ତା ମଧ୍ୟ କରିପାରିବେ । କିନ୍ତୁ ମୁଁ କେବଳ ଜଣଙ୍କୁ ମୋ ଭଳି ହେବାକୁ ନିର୍ଦ୍ଦେଶ ଦେଇପାରିବି । ଆଉ ସେ ହେଉଛି ମୁଁ । ଅନ୍ୟଥା କାହାକୁ ଏଭଳି କରିବାକୁ ମୋର ନିର୍ଦ୍ଦେଶ ନାହିଁ । କିନ୍ତୁ ମୁଁ ଦେଖିପାରୁଛି ମୋର ନକଲ ପ୍ରସ୍ତୁତ ହୋଇ ସାରିଛି । ଏଠାରେ କହି ରଖୁଛୁ, ଏହି ଭିଡିଓ ଏପରି ସମୟରେ ଭାଇରାଲ ହୋଇଛି ଯେତେବେଳେ କି ପୁଟିନ୍ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କ ବଦଳରେ ଏପରି ଏଆଇ ରୋବଟ ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଅନୁମାନ କରାଯାଉଛି । ସେହିପରି ଭୁଲ ସୂଚନା ବ୍ୟାପିବା କିମ୍ବା କୌଣସି ବଡ ବଡ ସେଲିବ୍ରେଟିଙ୍କ ଚରିତ୍ର ହାନି ପାଇଁ ଏଆଇ-ଡିପିଫେକ୍‌କୁ ବ୍ୟବହାର କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami