ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ !

Above Post Content

ମୁମ୍ବାଇ: ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ । ଗତ କିଛି ଦିନ ହେବ ମନୋଜ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ଅନେକ ଥର ଏହି ଖବର ଆସି ସାରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମନୋଜ । ସେ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ନିର୍ବାଚନ ଲଢ଼ିବେ କି ନାହିଁ ଜଣାଇଛନ୍ତି ।

Middle post content

ଟ୍ୱିଟକୁ ନେଇ ଚର୍ଚ୍ଚାରେ ମନୋଜ

After 2nd paragraph post ads

ନିଉଜ୍ ଅରିନା ଇଣ୍ଡିଆ ଏକ୍ସରେ ପୋଷ୍ଟ କରିଥିଲା ଯେ, ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ । ଏହାର ଜବାବରେ ମନୋଜ ଲେଖିଛନ୍ତି, ଆଚ୍ଛା…ମୋତେ ଗୋଟାଏ କଥା କୁହ…ଏକଥାଟି ତୁମକୁ କିଏ କହିଛି ନା ତୁମେ ସ୍ୱପ୍ନ ଦେଖିଲ? କୁହ…କୁହ । ଏବେ ଏହି ଟ୍ୱିଟକୁ ନେଇ ଚର୍ଚ୍ଚାରେ ଥିବା ମନୋଜ କିଛି ଦିନ ପୂର୍ବରୁ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଫଟୋରେ ସେ ସାର୍ଟ ପିନ୍ଧି ନ ଥିବା ବେଳେ ତାଙ୍କ ଶରୀରର ଗଠନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜାନୁଆରି ୧, ୨୦୨୪ରେ ମନୋଜ ବାଜପେୟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଫଟୋରେ, ଅଭିନେତାଙ୍କ ଆବସ୍ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଫଟୋ ସେୟାର କରି କ୍ୟାପସନରେ ସେ ଲେଖିଥିଲେ, “ନୂଆ ବର୍ଷ ନୂଆ ମୁଁ! ଦେଖ ସୁସ୍ୱାଦ ସୁପ୍ ମୋ ଦେହରେ କିଭଳି ପ୍ରଭାବ ପକାଇଛି । ପୂରା କିଲର୍ ଲୁକ୍ ନା? ତେବେ ଏଭଳି କ୍ୟାପସନ ଦେଇ ସେ ନିଜର ଆଗାମୀ ପ୍ରୋଜେକ୍ଟ ‘କିଲର୍ ସୁପ’ର ପ୍ରଚାର କରିଥିବା ଜଣାପଡ଼ିଛି, ଯାହା ନେଟଫ୍ଲିକ୍ସରେ ରିଲିଜ୍ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami