ଅଦାଲତ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ, କ’ଣ ରହିଛି ଏଥିପାଇଁ ଦଣ୍ଡ ପ୍ରାବଧାନ ?

Above Post Content

ପଞ୍ଜାବର ଲୁଧିଆନାର ଜିଲ୍ଲା ଅଦାଲତ ପରିସରରେ ଗୁରୁବାର ଦିନ ଜୋରଦାର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ଆହତ ମଧ୍ୟ ହୋଇଛନ୍ତି । ରାଜ୍ୟ ପୋଲିସ ପରେ ଏବେ ଏନଆଇଏ ଏହି ଘଟଣାର ତଦନ୍ତ କରୁଛି । ପଂଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଏହି ବିସ୍ଫୋରଣ ଘଟିଛି ତାକୁ ଶିଖ ଆତଙ୍କବାଦର ପୁନଃଉତ୍ଥାନ ସହିତ ଯୋଡିକି ଦେଖା ଯାଉଛି । କିଛିଦିନ ତଳେ ଦିଲ୍ଲୀର ରୋହିଣୀ ଅଦାଲତ ପରିସର ମଧ୍ୟରେ ଏହିଭଳି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ମାଷ୍ଟରମାଇଣ୍ଡ୍ ବୋଲି ପୋଲିସ କହୁଛି । ଏହି ଦୁଇ ଘଟଣା ପୂର୍ବରୁ ମଧ୍ୟ କୋର୍ଟ ପରିସରରେ ଏଭଳି ବିସ୍ଫୋରଣ ହୋଇଛି । ତେବେ ଆପଣ ଜାଣିଛନ୍ତି କି କୋର୍ଟ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ ? ଏଭଳି ଷଡ଼ଯନ୍ତ୍ର ପାଇଁ ଆଇପିସିର କେଉଁ ଧାରା ସବୁ ଲାଗିଥାଏ ?

ଅଦାଲତ ପରିସରରେ ବିସ୍ଫୋରଣ କେତେବଡ଼ ଅପରାଧ ?

After 2nd paragraph post ads

ଅଦାଲତ ପରିସରରେ ବିସ୍ଫୋରଣ କରିବା ବଡ଼ ଅପରାଧ । ବିସ୍ଫୋରଣ ପଛରେ ଅନେକ କାରଣ ଥାଇପାରେ । ଯେମିତି ନିର୍ଦ୍ଦିଷ୍ଟ କାହାରିକି ଟାର୍ଗେଟ୍ କରି ବିସ୍ଫୋରଣ କରିବା । ଯାହାକି ରୋହିଣୀ କୋର୍ଟ୍ ବିସ୍ଫୋରଣ ପଛର ଉଦ୍ଦେଷ୍ୟ ଥିଲା । ଏହା ସହିତ ଦେଶରେ ଆତଙ୍କରାଜ ସୃଷ୍ଟି ପାଇଁ ମଧ୍ୟ ବିସ୍ଫୋରଣ କରାଯାଇଥାଏ । ଯାହାପଛରେ ଆତଙ୍କବାଦୀ ସଂଗଠନ ଥାଇ ପାରନ୍ତି । ଆତଙ୍କବାଦୀଙ୍କ ବିରୋଧରେ ୟୁଏପିଏ ଲଗାଯାଇଥାଏ ।

ଅଭିଯୁକ୍ତଙ୍କ ବିରୋଧରେ କେଉଁ ଧାରା ସବୁ ଲାଗିଥାଏ

Middle post content

ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭,୪୩୬ ଓ ବିସ୍ଫୋରକ ଆଇନର ଧାରା ୩ ଅନ୍ତର୍ଗତରେ ମାମଲା ରୁଜ୍ଜ ହୋଇଥାଏ । ରୋହିଣୀ କୋର୍ଟ୍ ଆକ୍ରମଣ ମାମଲାରେ ଏହି ଧାରା ସବୁ ଲାଗିଥିଲା । ଯେମିତିକି ରୋହିଣୀ କୋର୍ଟ୍ ପରିସରରେ ବିସ୍ଫୋରଣ ଜଣେ ଓକିଲଙ୍କୁ ଟାର୍ଗେଟ୍ କରି କରାଯାଇଥିଲା ସେଥିପାଇଁ ପୋଲିସ ମଧ୍ୟ ମରଣାନ୍ତକ ଆକ୍ରମଣର ଧାରା ମଧ୍ୟ ଯୋଡିଥିଲା ।

ଏହା ସହିତ ଯଦି ବିସ୍ଫୋରଣ ପଛରେ ଆତଙ୍କବାଦୀ ଗତିବିଧି ଥାଏ ତେବେ ୟୁଏପିଏ ଆଇନ ଅନୁସାରେ ମଧ୍ୟ ଧାରା ୧୬(୧)ବି,ଧାରା ୧୮,୨୦ ଓ ୨୩ରେ ମାମଲା ରୁଜ୍ଜ ହୁଏ ।

ବୋମା ବିସ୍ଫୋରଣ ମାମଲାରେ କେଉଁଭଳି ସଜ୍ଜା ମିଳିଥାଏ ?

ଗୋଟିଏ ଧାଡିରେ କହିବାକୁ ଗଲେ ବୋମା ବିସ୍ଫୋରଣ ମାମଲାରେ ଜେଲ ଓ ଜରିମାନାଠାରୁ ଆଜିବନ କାରାବାସ ଓ ଫାସୀ ପର୍ଯ୍ୟନ୍ତ ସଜ୍ଜା ମିଳିଥାଏ । ତେବେ ମୃତ୍ୟୁଦଣ୍ଡ ସଜ୍ଜା ମାମଲାର ଗମ୍ଭୀରତା ଉପରେ ନିର୍ଭର କରିଥାଏ । ୨୦୦୭ରେ ଲକ୍ଷ୍ମୌ ସିଭିଲ କୋର୍ଟ ପରିସରରେ ବିସ୍ଫୋରଣ ହୋଇଥିଲା । ଏହା ପଛରେ ଥିବା ଅଭିଯୁକ୍ତଙ୍କୁ ଅଦଲାତ ୨୦୧୬ରେ ଆଜିବନ କାରାବାସର ଦଣ୍ଡାଦେଶ ଶୁଣାଇଥିଲେ । ଅଦାଲତ ଦୁଇ ଜଣ ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମ,ଅପରାଧିକ ଷଡ଼ଯନ୍ତ୍ର,ଦେଶଦ୍ରୋହ ଓ ସରକାରଙ୍କ ବିରୋଦରେ ଯୁଦ୍ଧ ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଦେଇଥିଲେ ।

ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନ ପ୍ରଚାର ପୂର୍ବରୁ ୨୦୧୩ରେ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ହୋଇଥିବା ସିରିଜ୍ ବିସ୍ଫୋରଣ ମାମଲାରେ ଅଦାଲତ ୪ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ,ଦୁଇ ଜଣଙ୍କୁ ୧୦ବର୍ଷର ସଶ୍ରମ କାରାଦଣ୍ଡ ଓ ଜଣଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami