ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ..

Above Post Content

ବଟିକା ଖାଇବା ବେଳେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିଥିବ । ଆଉ ତା’ ହେଉଛି ଯେ, ଟାବଲେଟ୍ ମଝିରେ ଥିବା ଗାର । ଏହି ଗାରକୁ ଦେଖି କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ଏହି ଗାର ପଛର କାରଣ କ’ଣ ? କ’ଣ କେବଳ ଏହା ମାତ୍ର ଡିଜାଇନ୍ ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ? ଆଜି ଆମେ ବଟିକ ମଝିରେ ଗାର ରହିବାର କାରଣ କ’ଣ ତାହା କହିବୁ..

ତେବେ ଏମିତି ନୁହେଁ ଯେ ସବୁ ବଟିକା ବା ଟାବଲେଟରେ ଗାର ଥାଏ । କିଛି ବଟିକାରେ ଏମିତି ଗାର ଥାଏ । ତେବେ ଏହି ଗାର କେବଳ ମାତ୍ର ଡିଜାଇନ୍ ନୁହେଁ । ଏହା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ସର୍ବପ୍ରଥମେ ଜାଣିନିଅନ୍ତୁ ଯେ, ବଟିକା ମଝିରେ ଥିବା ଏହି ଦାଗକୁ Debossed Line ବୋଲି କୁହା ଯାଇଥାଏ ।

After 2nd paragraph post ads
Middle post content

ବଟିକା ମଝିରେ ଥିବା ଏହି ଲାଇନ୍ ବା ଗାର ସାଧାରଣତଃ ଅଧିକ ପାୱାର ବିଶିଷ୍ଟ ଔଷଧରେ ଥାଏବଟିକାକୁ ଯେମିତି ମଝିରୁ ଭାଙ୍ଗିହେବ ସେଥିପାଇଁ ଏହି ଲାଇନ୍ ଥାଏ । ଆଉ ଆପଣ ଜାଣନ୍ତି ଯେ,କେତେବେଳେ ବଟିକାକୁ ଅଧାରୁ ଭାଙ୍ଗିବାକୁ ପଡିଥାଏଅଧା ଡୋଜ୍ ନେବାକୁ ବଟିକାକୁ ଭଙ୍ଗା ଯାଇଥାଏ

ଏହାକୁ ଏକ ଉଦାହରଣ ଦ୍ୱାରା ବୁଝନ୍ତୁ । ଧରନ୍ତୁ ଆପଣଙ୍କ ପାଖରେ ଥିବା ବଟିକାର ପାୱାର ହେଉଛି ୫୦୦ ଏମଜି କିନ୍ତୁ ଡାକ୍ତରଙ୍କ କହିବା ହେଉଛି ଆପଣଙ୍କୁ ୨୫୦ ଏମଜି ନେବାକୁ ପଡିବ । ଏଭଳି ପରିସ୍ଥିତିରେ ଆପଣ ବଟିକାର ଅଧା ଭାଙ୍ଗି ସେବନ କରି ପାରିବେ । ଅର୍ଥାତ ଗାର କାରଣରୁ ବଟିକା ସମାନ ଭାଗରେ ବିଭକ୍ତ ହୋଇଯିବ ।

ଏଠାରେ ଗୋଟିଏ ଜରୁରୀ କଥା ମନେ ରଖନ୍ତୁସବୁ ବଟିକାକୁ ଏଭଳି ମଝିରୁ ଭାଙ୍ଗି ଆପଣ ସେବନ କରିପାରିବେ ନାହିଁ । ଯେଉଁ ବଟିକାରେ Debossed Line ନଥିବ ତାକୁ ଆପଣ ନିଜ ମନମୁତାବକ ଭାଙ୍ଗିକରି ଖାଇ ପାରିବେ ନାହିଁ । ଦ୍ୱିତୀୟ କଥା ହେଉଛି ବଟିକା ମଝିରୁ ଭାଙ୍ଗିବା ପରେ ଯେଉଁ ଅଂଶ ବଳୁଛି ତାକୁ ସୁରକ୍ଷିତ ରଖନ୍ତୁ । ପବନ କିମ୍ବା ମଇଳାରୁ ଏହାକୁ ଦୁରେଇ ରଖନ୍ତୁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami