ଏମିତି ଜଣେ ପ୍ରାର୍ଥୀ, ଯିଏ ୨୩୮ଥର ନିର୍ବାଚନରେ ହାରିଛନ୍ତି

Above Post Content

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ କ୍ରମାଗତ ଅସଫଳ ହେଉଥିଲେ ବି କେବେ ହାର ମାନି ନ ଥାଆନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତାମିଲନାଡୁର ରାଜନୀତି ପ୍ରେମୀ ବୃଦ୍ଧ କେ. ପଦ୍ମରାଜନ । ନିର୍ବାଚନ ଆସିଗଲେ ଚର୍ଚ୍ଚାକୁ ଆସିଥାନ୍ତି ପଦ୍ମରାଜନ । କାରଣ ସେ ୨୩୮ ଥର ନିର୍ବାଚନ ଲଢି ହାରିଛନ୍ତି । ତେଣୁ ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ପଦ୍ମରାଜନଙ୍କ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି ।

ଚଳିତଥର ବି ଧର୍ମପୁରୀରୁ ହୋଇଛନ୍ତି ପ୍ରାର୍ଥୀ

After 2nd paragraph post ads
Middle post content

ପଦ୍ମରାଜନଙ୍କ ହୋମିଓପାଥିକ୍ ଉପଚାର ସହ ସ୍ଥାନୀୟ ଗଣମାଧ୍ୟମର ସମ୍ପାଦକ ଭାବରେ କାମ କରନ୍ତି । ଏଥିସହିତ ତାଙ୍କର ଏକ ଟାୟାର ମରାମତି ଦୋକାନ ବି ଅଛି । ପଦ୍ମରାଜନ ଏଯାବତ ୨୩୮ଥର ନିର୍ବାଚନ ହାରିଥିବା ବେଳେ ଚଳିତଥର ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି । ଏହି ଆସନରେ ଏପ୍ରିଲ ୧୯ରେ ଭୋଟ୍ ହେବାକୁ ଯାଉଛି । ପଦ୍ମରାଜନ ୫ଥର ରାଷ୍ଟ୍ରପତି, ୫ଥର ଉପରାଷ୍ଟ୍ରପତି, ୩୨ଥର ଲୋକସଭା, ୭୨ଥର ବିଧାନସଭା, ୩ଥର ବିଧାୟକ ଓ ଥରେ ମେୟର ପଦ ପାଇଁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି ।

୧୫ ଲକ୍ଷ ଟଙ୍କାର ମାଲିକ ପଦ୍ମରାଜନ

ପଦ୍ମରାଜନଙ୍କ ସମ୍ପତ୍ତି କଥା କହିଲେ, ସେ ପାଖାପାଖି ୧୫.୧୬ ଲକ୍ଷ ଟଙ୍କାର ମାଲିକ । ଏଥିସହିତ ତାଙ୍କ ନାମରେ ୪୮ହଜାର ଟଙ୍କାର ଋଣ ବି ରହିଛି । ଘରେ ପଦ୍ମରାଜନ ନଗଦ ୫୦ହଜାର ଟଙ୍କା ରଖିଥିବା ବେଳେ ବ୍ୟାଙ୍କରେ ତାଙ୍କର ମାତ୍ର ୧୦୦୦ଟଙ୍କା ଜମା ରହିଛି । ପଦ୍ମରାଜନ ଏଲଆଇସି, ଏନଏସସି କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନାରେ ନିବେଶ କରିନାହାନ୍ତି । ୧୯୮୭ ମସିହାରେ ପଦ୍ମରାଜନ ୫୦୦୦ ଟଙ୍କାର ଏକ ଦୁଇଚକିଆ ଗାଡ଼ି କିଣିଥିଲେ । ଯାହାକି ଆଜିବି ତାଙ୍କ ପାଖରେ ରହିଛି । ଏଥିସହିତ ପଦ୍ମରାଜନଙ୍କ ପାଖରେ ୩୪ ଗ୍ରାମର ସୁନା ଚେନ ଓ ମୁଦି ଅଛି । ଯାହାର ମୂଲ୍ୟ ୨.୩୪ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏତଦ ବ୍ୟତୀତ ତାଙ୍କର ୧୧ଲକ୍ଷ ଟଙ୍କା ମୂଲ୍ୟର ଏକ ବ୍ୟବସାୟିକ କୋଠା ଏବଂ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ଆବାସିକ ଘର ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami