ପରଲୋକରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ : ଆଜି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର

Above Post Content

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଯାଇଛି । ଆଉ ତାଙ୍କ କଣ୍ଠରୁ ଶୁଭିବନି ଭାବପୂର୍ଣ୍ଣ ଭଜନ । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ୱରଶିଳ୍ପୀ(୬୫)ଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଗତ ସୋମବାର ରାତି ୮ଟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ଆସିବା ପରେ ସାରା ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ତାଙ୍କର ହଜାର ହଜାର ପ୍ରଶଂସକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ଖବରପାଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଂଜନ ଦାସ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Middle post content

ତାଙ୍କର ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା

After 2nd paragraph post ads

ଓଡିଆ ସଙ୍ଗୀତ ଜଗତରେ ବେଶ ଲୋକପ୍ରିୟ ଥିଲେ ଶାନ୍ତିଲତା । ତାଙ୍କର ଅନେକ ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା । ତାଙ୍କ ଗୀତସବୁ ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା । ସେଇଥିପାଇଁ ଭଜନ କ୍ଷେତ୍ରରେ ଭିକାରୀ ବଳ ଓ ଅରବିନ୍ଦ ମୁଦୁଲିଙ୍କ ପରି ଶାନ୍ତିଲତା ବାରିକ ପ୍ରତିଟି ଓଡ଼ିଆ ଘରେ ଏକ ପରିଚିତ ନାମ । ସେ ୧୯୫୮ ମସିହାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବିଷ୍ଣୁପୁରରେ ଜନ୍ମଗ୍ରହଣ କରିଥିଲେ । ଶାନ୍ତିଲତାଙ୍କର ବାହାଘର ବ୍ରହ୍ମଗିରି ଅଞ୍ଚଳର କୁଣବେଣ୍ଟି ନିବାସୀ ବସନ୍ତ ଛୋଟରାୟଙ୍କ ସହିତ ହୋଇଥିଲା । ତାଙ୍କର ଦୁଇ ପୁଅ ହେଲେ ଅବିନାଶ ଓ ସତ୍ୟଜିତ । ହେଲେ ୨୦୧୧ ମସିହାରୁ ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ । କୋଭିଡ୍ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇାପଡ଼ିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami