ଆଇଫୋନ୍ ବିଷୟରେ ସୂଚନା ମାଗିଲା ଇଡି

Above Post Content

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା । ଆଇଫୋନ୍ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ମାଗିଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି କେଜ୍ରିୱାଲ । ଏବେ ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି । ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ୍‌କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ଇଲୋକ୍ଟ୍ରୋନିକ୍ସ ପ୍ରମାଣ ନାହିଁ । କିନ୍ତୁ ତାଙ୍କର ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

Middle post content

ଫୋନ୍‌ର ପାସୱାର୍ଡ ଦେବାକୁ କ୍ରେଜିୱାଲ ଅମଙ୍ଗ

After 2nd paragraph post ads

ମାର୍ଚ୍ଚ ୨୧ ରେ କେଜ୍ରିୱାଲଙ୍କୁ ଗିରଫ ସମୟରେ ତାଙ୍କ ବାସଭବନରୁ ପ୍ରାୟ ୭୦,୦୦୦ଟଙ୍କା ଜବତ ହୋଇଥିଲା । ଏହାକୁ ଇଡି ପାଖରେ ରଖିଥିଲା । ମୁଖ୍ୟମନ୍ତ୍ରୀ ତାଙ୍କ ଆଇଫୋନ୍ ଅଫ୍ କରିଛନ୍ତି ଏବଂ ତାଙ୍କ ପାସୱାର୍ଡ ମଧ୍ୟ ସେୟାର କରିନାହାନ୍ତି । ଏହି ମାମଲା ସହ ଜଡିତ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ତାଙ୍କ ଟେଲିଫୋନ୍ ତଥ୍ୟ ଏବଂ ଚାଟ୍‌କୁ ହାତେଇବା ଦ୍ୱାରା ଆମ୍ ଆଦମୀ ପାର୍ଟି(ଏଏପି)ର ‘ନିର୍ବାଚନୀ ରଣନୀତି’ ଏବଂ ମେଣ୍ଟ ବିଷୟରେ ଇଡି ସୂଚନା ପାଇ ପାରିବ । ଏହା ଦ୍ୱାରା ଶାସକ ବିଜେପି ଉପକୃତ ହେବ । ତେଣୁ ଫୋନ୍‌ର ପାସୱାର୍ଡ କ୍ରେଜିୱାଲ ଦେବାକୁ ଅମଙ୍ଗ ହେଉଛନ୍ତି । ଏହାକୁ ନେଇ କେଜ୍ରିୱାଲ ଚିନ୍ତିତ ଅଛନ୍ତି । ତେବେ ଆପଲ ନିଜ ଉପଭୋକ୍ତାଙ୍କ ଗୁପ୍ତ ଡାଟା ସେୟାର କରିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । କେଜ୍ରିୱାଲ ମୋବାଇଲ ବନ୍ଦ କରିବା ସହିତ ପାସୱାର୍ଡକୁ ମଧ୍ୟ ଗୁପ୍ତ ରଖିଛନ୍ତି । ଏହା ଯୋଗୁ ଇଡ଼ି ବହୁ ତଥ୍ୟଠାରୁ ଦୂରରେ ରହିଯାଇଥିବା କୁହାଯାଉଛି । ଏସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ଇଡ଼ି ପାଇଁ କାଠିକର ପାଠ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami