ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ !

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆପ୍ ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି । ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି । ଦିଲ୍ଲୀ ଲିକର ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ରାୟ ସଂରକ୍ଷିତ ରଖିଛନ୍ତି । ଏହି ନିଷ୍ପତ୍ତି ଗୁରୁବାର ଆସିବାର ସମ୍ଭାବନା ରହିଛି । କୋର୍ଟ ଉଭୟ ପକ୍ଷର ଓକିଲଙ୍କ ଶୁଣାଣି ଶେଷ କରିଛନ୍ତି । ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ମାର୍ଚ୍ଚ ୨୨ରେ କେଜ୍ରିିୱାଲ, ଗିରଫ ଏବଂ ରିମାଣ୍ଡରେ ନେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କେଜ୍ରିିୱାଲ ତାଙ୍କ ଗିରଫ ଏବଂ ରିମାଣ୍ଡକୁ ବେଆଇନ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami