ଜାପାନରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାର ରହିଛି ପୁରୁଣା ଇତିହାସ, ଷ୍ଟେଶନରୁ ଲାଇଭ୍ ଟିଭି ଡିବେଟରେ ହୋଇଛି ହତ୍ୟା

Above Post Content

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜଣେ ପୂର୍ବତନ ସୈନିକ ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ଜାପାନର ସେହି ରକ୍ତାକ୍ତ ଇତିହାସକୁ ମନେ ପକାଇ ଦିଏ, ଯେଉଁ ଇତିହାସର ଫର୍ଦ୍ଧରେ ରହିଛି ଅନେକ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର କାହାଣୀ । କେଉଁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଶନରେ ହତ୍ୟା କରାଯାଇଛି ତ’ କାହାକୁ ଲାଇଭ୍ ଟିଭି ଡିବେଟରେ ମୁଖ୍ୟ ବକ୍ତା ହତ୍ୟା କରିଛି । ଜାପାନରେ ସାଧାରଣତଃ ଭାରତ ଭଳି ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ହାଇ ସିକ୍ୟୁରିଟି ମିଳିନଥାଏ । ସେମାନେ ସାଧାରଣ ଲୋକଙ୍କ ଭଳି ଟ୍ରେନରେ ଯିବା ଆସିବା କରିଥାନ୍ତି ଏହାର ସୁଯୋଗ ନେଇ ସେଠାରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଶନ ଭିତରେ ହିଁ ହତ୍ୟା କରାଯାଇଥିଲା ।

ମେଟ୍ରୋ ଷ୍ଟେଶନରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଛୁରା ମାରି କରାଯାଇଥିଲା ହତ୍ୟା

After 2nd paragraph post ads

ନଭେମ୍ବର ୪ ୧୯୨୧ର ସେହି ଦିନକୁ ମନେ ପକାଇ ଜାପାନ ଏବେବି ଥରିଯାଏ । ସେଦିନ ତତ୍କାଳୀନ ଜାପାନୀ ପ୍ରଧାନମନ୍ତ୍ରୀ ତାକେଶୀ ହାରା ଟୋକିଓ ମେଟ୍ରୋ ଷ୍ଟେଶନର ଗେଟ୍ ମଧ୍ୟକୁ ପ୍ରବେଶ କରିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ । ଜଣେ ସୁଇଚମ୍ୟାନ ତାଙ୍କୁ ଛୁରାମାଡ କରିଥିଲା । ଆକ୍ରମଣକାରୀଙ୍କ ନାମ ଥିଲା କୋନିଶି ନାକୋଏଦା । କୋନିଶି ଆକ୍ରମଣ କରିବା ପଛର କାରଣ ଥିଲା ଯେ, ତାକେଶୀ ଏକ ସାଧାରଣ ପରିବାରରୁ ଆସିଥିଲେ । ଜଣେ ସାଧାରଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା କୋନିଶିକୁ ପସନ୍ଦ ନଥିଲା । ସେ ଭାବୁଥିଲା ଯେ, ଜଣେ ସାଧାରଣ ନାଗରିକ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଖରାପ । କୋନିଶିକୁ ଏହି ହତ୍ୟା ପାଇଁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ୧୩ ବର୍ଷ ପରେ ତାକୁ ଖଲାସ କରି ଦିଆଯାଇଥିଲା ।

ସିଂହ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା

୧୯୩୯ ନଭେମ୍ବର ୧୪ ତାରିଖ ଦିନ ଆଉ ଜଣେ ପ୍ରଧାନମନ୍ତ୍ରୀ ଓଶୋଚି ହମାଗୁଚିଙ୍କୁ ଟୋକିଓ ଷ୍ଟେଶନରେ ଗୁଳି କରାଯାଇଥିଲା । ଗୁଳି ମାରିଥିବା ବ୍ୟକ୍ତି ପ୍ୟାଟ୍ରିଓଟିକ୍ ସୋସାଇଟି ନାମକ ଏକ ସଂଗଠନ ସହିତ ଜଡିତ ଥିଲା । ସେହି ବ୍ୟକ୍ତିର ନାମ ଥିଲା ଅକିୟୋକୁଶା । ଓଶୋଚି ନିଜ ନିର୍ଭିକ ନିଷ୍ପତ୍ତି ପାଇଁ ସିଂହ ନାମରେ ଦେଶରେ ପରିଚିତ ଥିଲେ । ତେବେ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ୱାକ୍ଷର କରିବା କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲାଆକ୍ରମଣରେ ଓଶୋଚିଙ୍କର ତତ୍କାଲ ମୃତ୍ୟୁ ହୋଇନଥିଲା । ଆକ୍ରମଣର ୮ ମାସ ପରେ କ୍ଷତ ଜନିତ କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାରୀକୁ ପରେ ଫାଶୀ ମିଳିଥିଲା ।

Middle post content

ପ୍ରଧାନମନ୍ତ୍ରୀଙ୍କୁ ଘେରି ୧୨ ସେନା ଅଧିକାରୀ ହତ୍ୟା କରିଥିଲେ

୧୯୩୨ ମେ ୧୫ ତାରିଖ । ଏହା ଜାପାନ ଇତିହାସର ରକ୍ତାକ୍ତ ଦିନ ଭାବେ ପରିଚିତ । ଏହି ଦିନ ପ୍ରଧାନମନ୍ତ୍ରୀ ଇନୁକାଇ ସୁୟୋସୀଙ୍କୁ ନୌସେନାର ୧୨ ଜଣ ଅଧିକାରୀ ଆଖିବୁଜା ଗୁଳିମାଡ କରି ହତ୍ୟା କରିଥିଲେ । ଦେଶରେ ଶାସନ ପରିବର୍ତ୍ତନ ଥିଲା ସେମାନଙ୍କ ଲକ୍ଷ୍ୟ । ସେହି ସମୟରେ ଆମେରିକାର ପ୍ରଖ୍ୟାତ ଫିଲ୍ମ ଅଭିନେତା ଚାର୍ଲି ଚାପଲିନ୍ ଜାପାନ ଆସିଥିଲେ । ଚାର୍ଲି ମଧ୍ୟ ସେଦିନ ପ୍ରଧାନମନ୍ତ୍ରୀଙ୍କ ସହିତ ଉକ୍ତ କାର୍ଯ୍ୟକ୍ରମକୁ ଯିବାର ଥିଲା । କିନ୍ତୁ ଚାର୍ଲୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ପୁଅ ସହିତ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ । ବିଦ୍ରୋହୀ ଅଧିକାରୀଙ୍କ ପ୍ଲାନରେ ଚାର୍ଲିଙ୍କ ହତ୍ୟା ମଧ୍ୟ ସାମିଲ ଥିଲା । ଏମିତି କରି ସେମାନେ ଆମେରିକାକୁ ଉସକାଇବାକୁ ଚାହୁଁଥିଲେ ।

୧୯୩୬ରେ ଗୋଟିଏ ଦିନରେ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା

୧୯୩୬ରେ ଜାପାନୀ ସେନା ବିଦ୍ରୋହ କରି କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲା । ସେମାନେ ଅନେକ ସେନା ଅଧିକାରୀଙ୍କ ସହିତ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା କରିଥିଲେ । ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ କେଇଶୁକେ ଓକାଦାଙ୍କୁ ହତ୍ୟା କରିବା ପ୍ଲାନ୍ ଫେଲ୍ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବଦଳରେ ବିଦ୍ରୋହୀ ଚିହ୍ନି ନପାରି ତାଙ୍କ ଶଳାଙ୍କୁ ହତ୍ୟା କରିଥିଲେ । ଅନ୍ୟପକ୍ଷରେ ଭବିଷ୍ୟତର ପ୍ରଧାନମନ୍ତ୍ରୀ କନ୍ତାରୁ ସୁଜୁକି ଗୁଳିମାଡରେ ଆହତ ହୋଇଥିଲେ । ତାଙ୍କୁ ଲାଗିଥିବା ଗୁଳି ଜୀବନ ସାରା ତାଙ୍କ ଶରିରରେ ରହିଥିଲା ।

ଲାଇଭ୍ ଟିଭି ଡିବେଟରେ ଆଙ୍କରଙ୍କ ଦ୍ୱାରା ହତ୍ୟା

ଏହି ମାମଲା ଏତେ ଭୟଙ୍କର ଥିଲା ଯେ ପୁରା ଦୁନିଆ ସ୍ତବ୍ଧ ହୋଇଯାଇଥିଲା । ଜାପାନରେ ଏକ ଟିଭି ଡିବେଟ୍ କାଳରେ ଏହାର ଆଙ୍କର ଜାପାନ ସୋସିଆଲିଷ୍ଟ୍ ପାର୍ଟିର ନେତା ଇଂଜିରୋ ଆସାନୁମାଙ୍କ ହତ୍ୟା କରିଥିଲେ । ଚୀନ୍ ସୁପ୍ରିମ ଲିଡର ମାଓ ସେ ତୁଙ୍ଗଙ୍କ ସହିତ ସାକ୍ଷାତକାରକୁ ନେଇ ଅସନ୍ତୁଷ୍ଟ ଆଙ୍କର ଆସାନୁମାଙ୍କ ଉପରେ ଏକ ବଡ଼ ଛୁରା ଦ୍ୱାରା ଆକ୍ରମଣ କରିଥିଲା । ଏହି ଆକ୍ରମଣ ଟିଭିରେ ଲାଇଭ୍ ପ୍ରସାରିତ ହୋଇଥିଲା । କାରଣ ଘଟଣା ସବୁ ଅଚାନକ ଘଟିଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami