ମୋଦିଙ୍କ ଉପରେ ବର୍ଷିଲେ ଅଧୀର, କହିଲେ ମୋଦି ଦେଶର ଏକମାତ୍ର ହିନ୍ଦୁ ?

Above Post Content

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଲୋକସଭାରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ରାମ ମନ୍ଦିର ସମ୍ପର୍କରେ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ ଭାଜପା ବ୍ୟବହାର କରି ତାଙ୍କୁ ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଭୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଂଗ୍ରେସ ସମେତ ‘ଇଣ୍ଡିଆ’ ମେଣ୍ଟର ଅଧିକାଂଶ ଦଳ ମନା କରିଦେଇଥିଲେ । ଏଥିଲାଗି ଅଧୀରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

ରାମ ମନ୍ଦିର ପ୍ରତିଷ୍ଠା ଏକ ସରକାରୀ କାର୍ଯ୍ୟକ୍ରମ

After 2nd paragraph post ads
Middle post content

ଲୋକ ସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ଉଦ୍‌ଘାଟନ ସମ୍ପର୍କରେ ବିରୋଧୀମାନେ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ଏହାକୁ ସେମାନେ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଧୀର କହିଛନ୍ତି, ଯଦି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଆମକୁ ହିନ୍ଦୁ ବିରୋଧୀ କୁହାଯାଏ, ତେବେ ଶଙ୍କରାଚାର୍ଯ୍ୟଙ୍କୁ କ’ଣ କୁହାଯିବ? ପ୍ରଧାନମନ୍ତ୍ରୀ ଦେଶର ଏକମାତ୍ର ହିନ୍ଦୁ କି? ସେ ରାମ ଅବତାର ହେବାକୁ ଚାହୁଁଛନ୍ତି । ଭାଜପା ରାଜନୈତିକ ଉଦ୍ଦେଶ୍ୟ ରଖି ରାମଙ୍କ ନାମକୁ ଅପମାନ କରୁଛନ୍ତି ବୋଲି ସେ କହିଛନ୍ତି ।

ସାମିଲ ହେବେ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି

ଆଉ ମାତ୍ର ୩ ଦିନ ପରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରୀତିନୀତି ମଧ୍ୟ କରାଯାଉଛି । ଗତକାଲି ଗର୍ଭଗୃହରେ ରାମଙ୍କ ପ୍ରତିମା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୬୦୦୦ରୁ ଊର୍ଦ୍ଧ୍ୱ ନେତା, ଅଭିନେତା, ଶିଳ୍ପପତି, ସାଧୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami