ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଓଡ଼ିଶାରୁ ଗଡ଼ିପାରେ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍‌

Above Post Content

ନୂଆଦିଲ୍ଲୀ: ଆସନ୍ତା ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି କାର୍ଯର୍୍ୟକ୍ରମ କିପରି ସୁରୁଖୁରୁରେ ହେବ ସେନେଇ ସରକାର ଯୋରସୋର ଚଳାଇଛନ୍ତି ପ୍ରସ୍ତୁତି । ଏହି ଉତ୍ସବ ଆଉ ମାତ୍ର ୩ ଦିନ ଥିବାରୁ ଏହାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚଛି । ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ । ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ । ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ଅଯୋଧ୍ୟା ସହ ଯୋଡ଼ିହେବ । ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଦାବି ଜୋର ଧରିଥିବା ବେଳେ ୧୦ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ମଧ୍ୟ ଶୁଣିବାକୁ ମିଳିଛି ।

Middle post content

ସମଗ୍ର ଦେଶରୁ ଗଡ଼ିବ ୨୦୦ଟି ଆସ୍ଥା ସ୍ପେଶାଲ ଟ୍ରେନ

After 2nd paragraph post ads

ମିଳିଥବା ସୂଚନାନୁସାରେ, ଓଡ଼ିଶାରୁ ଅଯୋଧ୍ୟାକୁ ପାଖାପାଖି ୧୦ଟି ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚାଲିପାରେ । ଏହି ଟ୍ରେନଗୁଡିକ ରାଜ୍ୟର ପୁରୀ, ଭୁବନେଶ୍ୱର, କଟକ, ରାୟଗଡ଼ା , ସମ୍ବଲପୁର ଏବଂ ବାଲେଶ୍ୱରରୁ ଗଡ଼ିପାରେ । ପ୍ରତ୍ୟେକ ‘ଆସ୍ଥା’ ସ୍ପେଶାଲ ଟ୍ରେନରେ ୨୨ଟି କୋଚ୍ ରହିବ । ‘ଆସ୍ଥା’ ଟ୍ରେନ୍ ମାଧ୍ୟମରେ ଶ୍ରଦ୍ଧାଳୁ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ । ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସମଗ୍ର ଦେଶରେ ପ୍ରାୟ ୨୦୦ଟି ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ । ଏହି ଟ୍ରେନ୍ ଆରମ୍ଭ ଷ୍ଟେସନରୁ ଅଯୋଧ୍ୟା ମଧ୍ୟରେ ସ୍ୱଳ୍ପ ସ୍ଥାନରେ ରହଣୀ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami