ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ୱାମୀ ମାଗିଲେ କିଡନୀ

Above Post Content

ୱାଶିଂଟନ୍‌: କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲେ ତାହା ଛାଡ଼ପତ୍ର ଯାଏଁ କଥା ଉଠେ । ଶେଷରେ ଉଭୟ ସ୍ୱାମୀସ୍ତ୍ରୀ ସବୁଦିନ ପାଇଁ ଅଲଗା ହୋଇଯାଆନ୍ତି । ଛାଡପତ୍ର ପରେ ସ୍ୱାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି । ଆପଣ ଛାଡପତ୍ରରଏପରି ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି,ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଛାଡପତ୍ର ପରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି ।

Middle post content

ସ୍ତ୍ରୀଙ୍କୁ ଦାନ କରିଥିଲେ କିଡ଼ନୀ

After 2nd paragraph post ads

ଆମେରିକାରେ ରୁହନ୍ତି ଡ. ରିଚାର୍ଡ ବତିସ୍ତା । ସେ ୨୦୦୯ରେ ବିବାହ କରିଥିଲେ । ତାଙ୍କର ୩ଟି ପିଲା ଅଛନ୍ତି । ବିବାହର କିଛି ବର୍ଷ ଭଲରେ କଟିଥିଲା । ହେଲେ ରିଚାର୍ଡ ତାଙ୍କ ସ୍ତ୍ରୀଙ୍କର ଆଫାଏର ଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା । ଶେଷରେ ସ୍ୱାମୀସ୍ତ୍ରୀ ଅଲଗା ହେବାକୁ ନିଷ୍ପତ୍ତି ନେଲେ । ଛାଡ଼ପତ୍ର ପରେ ନିଜ ସ୍ତ୍ରୀଙ୍କ ଠାରୁ କିଡନୀ ମାଗିଛନ୍ତି ରିଚାର୍ଡ଼ । କିଡନୀ ନ ଦେଇ ପାରିଲେ ତା’ ବଦଳରେ ୧.୨ ମିଲିୟନ ପାଉଣ୍ଡର ଟଙ୍କା ଫେରେଇବାକୁ କହିଛନ୍ତି । ରିଚାର୍ଡ଼ କହିଛନ୍ତି ଯେ, ସ୍ତ୍ରୀଙ୍କ ଦୁଇଟି ଯାକ କିଡନୀ ଫେଲ୍ ହୋଇଯିବାରୁ ସେ ସ୍ତ୍ରୀଙ୍କୁ କିଡନୀ ଡୋନେଟ୍ କରିଥିଲେ । କିନ୍ତୁ ଏହି ଘଟଣାର ୪ବର୍ଷ ପରେ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା । ଛାଡପତ୍ର ପରେ ସେ ସ୍ତ୍ରୀଙ୍କୁ ତାଙ୍କ କିଡନୀ ଫେରାଇ ଦେବାକୁ ଦାବି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami