ପ୍ରି-ୱେଡିଂରେ ଗୀତ ଗାଇବାକୁ ଏତିକି ଟଙ୍କା ନେବେ ହଲିଉଡ୍ ଗାୟିକା ରିହାନା

Above Post Content

ମୁମ୍ବାଇ : ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଅନନ୍ତ ଏବଂ ରାଧିକାଙ୍କ ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୩ଦିନ ଧରି ଆୟୋଜିତ ହେବ । ଏଥିରେ ଅମିତାଭ ବଚ୍ଚନ, ସଲମାନ ଖାନ , ରାଣୀ ମୁଖାର୍ଜୀ, ଦୀପିକା ପାଦୁକୋନଙ୍କ ସମେତ ଅନେକ ତାରକା ମଧ୍ୟ ଜାମନଗରରେ ପହଞ୍ଚିଛନ୍ତି । ଏଥିସହିତ ଖେଳାଳି,ଭାରତ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ସାମିଲ ହେବା ନେଇ ଜାମନଗରରେ ପହଞ୍ଚିଛନ୍ତି ।

Middle post content

ରିହାନାଙ୍କ ପାରିଶ୍ରମିକ ଜାଣିଲେ ହୋସ୍ ଉଡ଼ିଯିବ

After 2nd paragraph post ads

ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ହଲିଉଡ଼ ଗାୟିକା ରିହାନା । ସେ ଏହି ପ୍ରି-ୱେଡିଂରେ ପର୍ଫମ କରିବାକୁ ଏଠାରେ ପହଞ୍ଚିଛନ୍ତି । ଏହି କାର୍ଯ୍ୟକ୍ରମରେ ରିହାନା ଧମାଲ କରିବେ । ଅନ୍ତର୍ଜାତୀୟ ପପ ତାରକା ରିହାନା ଶୀର୍ଷରେ ଅଛନ୍ତି, ଯିଏ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସଂଗୀତ କଳାକାରମାନଙ୍କ ମଧ୍ୟରୁ ଜଣେ । ଜାମନଗର ବିମାନବନ୍ଦରରେ ରିହାନାଙ୍କୁ ଦେଖିବାକୁ ମିଳିଥିଲା ଏବଂ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ରିହାନା ଏହି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ କେତେ ପାରିଶ୍ରମିକ ନେବେ ଜାଣିଲେ ହୋସ୍ ଉଡ଼ିଯିବ । ସେ ୧୨ କୋଟି (୧.୫ ମିଲିୟନ) ରୁ ୬୬ କୋଟି (୧୨ ମିଲିୟନ) ମଧ୍ୟରେ ଚାର୍ଜ କରିଛନ୍ତି । ଏଥିସହିତ ଅରିଜିତ ସିଂ, ପ୍ରୀତମ, ବି ପ୍ରାକ, ଦିଲଜିତ ଦୋସାଞ୍ଜ, ହରିହରନ ଏବଂ ଅଜୟ-ଅତୁଲଙ୍କ ପର୍ଫମାନ୍ସ ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami