ଏକ ହଜାର କୋଟି ବର୍ଷ ପରେ ଆମ ସୂର୍ଯ୍ୟର ହେବ ମୃତ୍ୟୁ, ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ?

Above Post Content

ସୂର୍ଯ୍ୟ ଯଦି ନରହିବ ତେବେ କ’ଣ ହେବ ? ନିଶ୍ଚିତ ରୂପେ ବିନା ସୂର୍ଯ୍ୟରେ ପୃଥିବୀରେ ଜୀବନ ଅସମ୍ଭବ ହୋଇଯିବ । ତେବେ ପ୍ରଶ୍ନ ହେଉଛି ଯେତେବେଳେ ସୂର୍ଯ୍ୟ ରହିବ ନାହିଁ ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ? ମାନବ ତା’ ପାଇଁ ଆଉ ଗୋଟିଏ ସୌର ମଣ୍ଡଳରେ ଆଉ ଗୋଟିଏ ପୃଥିବୀ ଖୋଜି ନେଇଥିବ କି ?

ବୈଜ୍ଞାନିକଙ୍କ ଅନୁସାରେ ଆଜିଠାରୁ ଏକ ହଜାର କୋଟି ବର୍ଷ ପରେ ଆମ ସୌର ମଣ୍ଡଳର କେନ୍ଦ୍ର ସୂର୍ଯ୍ୟର ମୃତ୍ୟୁ ହେବ । ଅର୍ଥାତ ସୂର୍ଯ୍ୟର ମୃତ୍ୟୁ ବେଳକୁ ତାକୁ ପାଖାପାଖି ୧୪୬୦ କୋଟି ବର୍ଷ ହୋଇଥିବ ।

After 2nd paragraph post ads

ପ୍ରଥମେ ବୈଜ୍ଞାନିକ ଭାବୁଥିଲେଯେ ସୂର୍ଯ୍ୟର ବିନାଶ ହେବାମାତ୍ରେ ସୌରମଣ୍ଡଳ ଏକ ନେବୁଲାରେ ପରିଣତ ହୋଇଯିବ । ଯେଉଁଥିରେ ସମସ୍ତ ଗ୍ରହ ଗ୍ୟାସରେ ବଦଳିଯିବ । କିନ୍ତୁ ଅଧ୍ୟୟନ ପରେ ସାମ୍ନାକୁ ଆସିଛି କିଛି ଭିନ୍ନ କାରଣ । ଅଧ୍ୟୟନରେ ଜଣାପଡ଼ିଛି ଯେ ଏହା ଖୁବ୍ ଭୟଙ୍କର ହେବ । ସୂର୍ଯ୍ୟର ବୟସ ପ୍ରାୟ ୪୬୦ କୋଟି ବର୍ଷ । ପ୍ରାୟ ଏହି ସମୟରେ ସୌରମଣ୍ଡଳର ଅନ୍ୟ ସମସ୍ତ ଗ୍ରହ ସୃଷ୍ଟି ହୋଇଥିଲେ । ସମସ୍ତ ଗ୍ରହ ଏବଂ ସୂର୍ଯ୍ୟକୁ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ସୂର୍ଯ୍ୟ ଆଗାମୀ ୧ ହଜାର କୋଟି ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ । ଏହାର ଅନ୍ତ ହେବା ସହିତ ଏକାଧିକ ପ୍ରତିକ୍ରିୟା ଘଟିବ । ଆଗାମୀ ୫ ଶହ କୋଟି ବର୍ଷରେ ଏହି ପ୍ରକ୍ରିୟା ଧୀରେଧୀରେ ଆରମ୍ଭ ହୋଇଯିବ । ଅନ୍ତ ସମୟରେ ସୂର୍ଯ୍ୟ ଏକ ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହେବ । ସୂର୍ଯ୍ୟର ଉଷ୍ଣତା କମିଯିବ ଏବଂ ତାହାର ବାହାର ସ୍ତର ଥଣ୍ଡା ହେବା ଆରମ୍ଭ କରିବ । ଏହା ସହିତ ଏହା ମଙ୍ଗଳ କକ୍ଷରେ ପହଞ୍ଚିବ । ଏହି ପ୍ରକ୍ରିୟାରେ ପୃଥିବୀ ଉପରେ ଏକ ବିରାଟ ଧରଣର ପ୍ରଭାବ ପଡ଼ିବ । ସୂର୍ଯ୍ୟ ଥଣ୍ଡା ହେବା ଆରମ୍ଭ କରିବା ମାତ୍ରେ ପୃଥିବୀରେ ଜୀବନ ଶେଷ ହେବାକୁ ଲାଗିବ । ମ୍ୟାଗ୍ନେଟିକ ଫିଲ୍ଡ୍ ର ଅନ୍ତ ଘଟିବ । ମାଧ୍ୟକର୍ଷଣ ଶକ୍ତି କାମ କରିବା ବନ୍ଦ କରିଦେବ । ଏଭଳି ସ୍ଥିତିରେ ଜୀବନର ପରିକଳ୍ପନା କରିବା ଅସମ୍ଭବ । କିନ୍ତୁ ଏ ସବୁ ଦେଖିବା ପାଇଁ ମଣିଷ ନଥିବ । ଗବେଷଣା ମୁତାବକ ଆଗାମୀ ୧୦୦ କୋଟି ବର୍ଷ ମଧ୍ୟରେ ମଣିଷ ପ୍ରଜାତିର ଅନ୍ତ ଘଟିବ ।

ଅନ୍ୟପଟେ ସୂର୍ଯ୍ୟର ବଢ଼ୁଥିବା ତାପମାତ୍ରା ପୃଥିବୀ ଉପରେ ଏକ ବଡ଼ ଧରଣର ପ୍ରଭାବ ପକାଇବ । ପୃଥିବୀ ଏତେ ଉତ୍ତପ୍ତ ହୋଇଯିବଯେ ବଞ୍ଚିବା କଷ୍ଟ ହୋଇପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସମୟରେ ଆପଣ ନିହାତି ଭାବରେ ଅନୁଭବ କରୁଥିବେ । ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି ଏବଂ ପ୍ରଭାବ ମଧ୍ୟ ଏବେଠାରୁ ଅନୁଭବ ହେଲାଣି ।

Middle post content

୨୦୧୮ରେ ହୋଇଥିବା ଗବେଷଣାରେ କମ୍ପ୍ୟୁଟର ମଡେଲର ବ୍ୟବହାର ହୋଇଥିଲା । ଗବେଷଣା ଅନୁସାରେ ୯୦ ପ୍ରତିଶତ ତାରାଙ୍କ ସହିତ ଏହା ଘଟିଛି । ଏଗୁଡ଼ିକ ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହୋଇଛନ୍ତି । ମାଞ୍ଚଷ୍ଟରର ଏଷ୍ଟ୍ରୋଫିଜିସିଷ୍ଟ ଅଲବର୍ଟ ଜିଲ୍ସଟ୍ରାଙ୍କ କହିବା ହେଉଛି ଯେତେବେଳେ କୌଣସି ତାରା ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହୁଏ କୌଣସି ଏକ ବଡ଼ ଧରଣର ଘଟଣା ଘଟିଥାଏ । ଅଲବର୍ଟ ଏହା ମଧ୍ୟ କହିଛନ୍ତିଯେ, ତାରାର ଅନ୍ତ ଘଟିବା ଦ୍ୱାରା ପ୍ରଚୁର ଧୂଳି, ପଥର ଏବଂ ଗ୍ୟାସ୍ ଉତ୍ପନ୍ନ ହୁଏ । ଯାହା ତୀବ୍ର ବେଗରେ ଚାରିଆଡ଼େ ଖେଳିଯାଏ । ତେବେ ସୂର୍ଯ୍ୟକୁ ନେଇ ଅଧ୍ୟୟନ କରୁଥିବା ଟିମରେ ନିଜେ ଅଲବର୍ଟ ମଧ୍ୟ ଅନ୍ତର୍ଭୁକ୍ତ ।

ଅଲବର୍ଟ କହିଛନ୍ତିଯେ, ଯେତେବେଳେ ସୂର୍ଯ୍ୟର ଅନ୍ତ ଘଟିବ ସେଥିରୁ ଉତ୍ପନ୍ନ ହେବାକୁ ଥିବା ଗ୍ୟାସ୍ ଏବଂ ପଥର ୧୦ ହଜାର ବର୍ଷ ପର୍ଯ୍ୟନ୍ତ ମହାକାଶରେ ଭାସିବ । ଯାହା ମହାକାଶରେ ଖୁବ କମ୍ ସମୟ । ଏହି କାରଣରୁ ନେବୁଲା ସୃଷ୍ଟି ହେବ । ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦେଖାଦେବ ।

ସୂର୍ଯ୍ୟର ଅନ୍ତକୁ ମଣିଷ ଦେଖି ପାରିବ କି ?

ଏକ ହଜାର କୋଟି ବର୍ଷ ପରେ ଯେତେବେଳେ ସୂର୍ଯ୍ୟର ଅନ୍ତ ଘଟିବ ସେତେବେଳେ ମଣିଶ କେଉଁଠି ଥିବ ? ମାନବ କ’ଣ ସୂର୍ଯ୍ୟର ଅନ୍ତକୁ ଦେଖି ପାରିବ ? ଏହାର ଦୁଇଟି ଉତ୍ତର ରହିଛି । ହୁଏତ ଏକ ଶହ କୋଟି ବର୍ଷ ପରେ ମାନବ ପ୍ରଜାତିର ଅନ୍ତ ଘଟିଯିବ । ଅର୍ଥାତ ସୂର୍ଯ୍ୟ ମୃତ୍ୟୁର ୯ଶହ କୋଟି ବର୍ଷ ପୂର୍ବରୁ ପୃଥିବୀରୁ ମାନବ ପ୍ରଜାତିର ଲୋପ ଘଟିଥିବ । ଯାହାର ଅର୍ଥ ହେଲା ମାନବ ସୂର୍ଯ୍ୟର ମୃତ୍ୟୁକୁ ଦେଖି ପାରିବ ନାହିଁ । କିନ୍ତୁ ଯଦି ବିଜ୍ଞାନ ଆମ ଜାଣିବାଠାରୁ ଅଧିକ ପ୍ରଗତି କରିଥିବ ତେବେ ହୁଏତ ମାନବ ଅନ୍ୟ କୌଣସି ସୌର ମଣ୍ଡଳରେ ନିଜ ପାଇଁ ନୂଆ ଗ୍ରହ ଖୋଜି ନେଇଥିବ । ଆଉ ସେଠାରୁ ହୁଏତ ମାନବ ନିଜ ପୁରୁଣା ସୂର୍ଯ୍ୟର ମୃତ୍ୟୁକୁ ଦେଖି ଶୋକ ପ୍ରକଟ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami