ଜିରୋ ନାଇଟ୍ ପାଳନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

Above Post Content

ଭୁବନେଶ୍ୱର : ଆଉ ମାତ୍ର ୪ ଦିନ ରହିଲା ସରିବ ୨୦୨୩ । ଆରମ୍ଭ ହେବ ବର୍ଷ ୨୦୦୪ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ହୋଟେଲ ସହ କ୍ଲବ୍‌, ରେଷ୍ଟୁରାଣ୍ଟ ସବୁଆଡ଼େ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏହାକୁ ନଜରରେ ରଖି କମିସନରେଟ୍ ପୁଲିସ ୧୨ ସୂତ୍ରୀ ଗାଇଡ୍‌ଲାଇନ୍ ଜାରି କରିଛି । ଏହି ଗାଇଡ୍ ଲାଇନ୍‌କୁ ମାନି ସହରବାସୀ ଜିରୋ ନାଇଟ୍ ସେଲିବ୍ରେସନ୍ କରିପାରିବେ । ରାତି ୧୨.୩୦ ଯାଏ ହୋଟେଲ୍ ଓ ବାର ଖୋଲିପାରିବେ । କିନ୍ତୁ ରାତି ସାରା ମଦ ପିଇ ପାରିବେ ନାହିଁ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର ।

ଅଶ୍ଳୀଳତା ପ୍ରତି ଦିଆଯିବ ଧ୍ୟାନ

After 2nd paragraph post ads
Middle post content

ଯେଉଁମାନେ ଅନୁମତି ନ ଆଣି ବାର ଖୋଲିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରାଫିକ୍ ଅଡିଟୋରିୟମ ହଲ୍‌ରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ଅବକାରୀ ବିଭାଗର ଡେପୁଟି ସୁପରି ଟେଣ୍ଡେଣ୍ଟ, ଅବକାରୀ ଇନ୍ସପେକ୍ଟର ଏବଂ ଭୁବନେଶ୍ୱରର ସମସ୍ତ ହୋଟେଲ ଓ ବାର କର୍ମକର୍ତ୍ତା ଯୋଗ ଦେଇଥିଲେ । ଜିରୋ ନାଇଟ ପାଳନ ନିମନ୍ତେ ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରାଯାଇଥିଲା । ଆୟୋଜକ ସଂସ୍ଥାଗୁଡ଼ିକୁ ସଂଗୀତ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ତାରିଖ ଏବଂ ସମୟ ସୀମାକୁ ସେମାନେ କଡ଼ାକଡ଼ି ଭାବରେ ପାଳନ କରିବେ । ସଂଗୀତ କାର୍ଯ୍ୟକ୍ରମ କରିବାକୁ ଥିଲେ ଲାଉଡ୍‌ସ୍ପିକର ନିୟମକୁ କଡ଼ାକଡ଼ି ପାଳନ କରିବେ । କୋର୍ଟଙ୍କ ନିୟମ ଅନୁସାରେ ୬୫ ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ ବଜାଇ ପାରିବେ । ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ଆଦି ନିରବ ଅଞ୍ଚଳର ୧୦୦ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସଙ୍ଗୀତ କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ପାରିବ ନାହିଁ । ଆୟୋଜକ ସଂସ୍ଥା ଇକୋ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବାଠାରୁ ଦୂରେଇ ରହିବେ । ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି ଏବଂ ଛାତ୍ରମାନଙ୍କୁ ବିରକ୍ତ ନ କରିବାକୁ ପଦକ୍ଷେପ ନେବେ । ଆୟୋଜକ ସଂସ୍ଥା କାର୍ଯ୍ୟକ୍ରମ ସମୟରେ କୌଣସି ଅଶ୍ଳୀଳତା, କିମ୍ୱା ଶରୀରର ଅନୈତିକ ପ୍ରଦର୍ଶନ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବେ ।

ରହିବେ ମେଡିକାଲ୍ ଟିମ୍ ସହିତ ଆମ୍ୱୁଲାନ୍ସ

ଆୟୋଜକ ସଂସ୍ଥାମାନେ ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ବାଲ୍ଟି ଇତ୍ୟାଦି ଉପଲବ୍ଧତା ସହିତ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ । ଆୟୋଜକ ସଂସ୍ଥା ସଭାସ୍ଥଳରେ ଟ୍ରାଫିକ୍ ନିୟନ୍ତ୍ରଣ, ଯାନବାହନ ପାର୍କିଂ ଏବଂ ଭିତରର ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରାଇବେ । ଆୟୋଜକ ସଂସ୍ଥାମାନେ ବିଦ୍ୟୁତ ସରବରାହ ସମୟରେ ବୈଦ୍ୟୁତିକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବେ । ଆୟୋଜକ ସଂସ୍ଥାମାନେ, ପ୍ରବେଶ, ପ୍ରସ୍ଥାନ ଏବଂ ସମାବେଶସ୍ଥଳୀରେ ସିସିଟିଭି ଲଗାଇବେ । ଆୟୋଜକ ସଂସ୍ଥା ମାନେ କାର୍ଯ୍ୟକ୍ରମ ସମୟରେ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ଏଡ଼ାଇବା ପାଇଁ ମେଡିକାଲ୍ ଟିମ୍ ସହିତ ଆମ୍ୱୁଲାନ୍ସ ରଖିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami