ଜେଲରେ ସୁରକ୍ଷା ଦିଅନ୍ତି ବତକ

Above Post Content

ବ୍ରାଜିଲ: ଦେଶରେ ଥିବା ପ୍ରତ୍ୟେକ ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ । ଜେଲରେ ଥିବା କଏଦୀମାନେ କିପରି ସୁରକ୍ଷିତ ରହିବେ, ସେଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର ମଧ୍ୟ ପହରା ଦେଇଥାନ୍ତି । କୁକୁରର ଘ୍ରାଣ ଶକ୍ତି ଯୋଗୁଁ ଏହାକୁ ସୁରକ୍ଷା ପାଇଁ ନିଯୁକ୍ତ କରାଯାଉଥିବା ସମସ୍ତେ ଜାଣନ୍ତି । ତେବେ କୌଣସି ଜେଲ୍‌ରେ ସୁରକ୍ଷା ପାଇଁ ବତକକୁ ନିଯୁକ୍ତ କରାଯିବା ଘଟଣା ବୋଧହୁଏ କେହି କେବେ ଶୁଣି ନ ଥିବେ । ବ୍ରାଜିଲର ସାଣ୍ଟା କାଣ୍ଟାରିନା ଜେଲ୍‌ରେ ଏବେ ଜଗୁଆଳ କାମ କରୁଛି ବତକ । ଏହି ଜେଲ୍‌ରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ।

Middle post content

କୁୁକୁରକୁ ହଟାଯାଇ ମୁତୟନ କରାଯାଇଛି ବତକ

After 2nd paragraph post ads

ଜେଲ୍ ସୁରକ୍ଷା ପାଇଁ ଏଠାରେ ସିସିଟିଭି କ୍ୟାମେରା ଥିବା ସତ୍ତ୍ୱେ କୁକୁରଙ୍କୁ ପ୍ରଥମେ ରଖାଯାଇଥିଲା । ଏବେ କୁକୁରଙ୍କୁ ବାହାର କରାଯାଇ ସେମାନଙ୍କ ସ୍ଥାନରେ ବତକଙ୍କୁ ରଖାଯାଇଛି । ଏହାର କାରଣ ହେଲା ବତକମାନେ କୌଣସି ପ୍ରକାର ଶବ୍ଦ ଶୁଣିଲେ ଚିତ୍କାର କରିଥାନ୍ତି । ଫଳରେ ସେମାନଙ୍କ ରଡ଼ି ଶୁଣି ଏଠାରେ ସିପାହୀମାନେ ସତର୍କ ହୋଇଯାନ୍ତି । ତେବେ ଜେଲ୍‌ର ନିର୍ଦ୍ଦେଶକ ରବର୍ଟ ଡି ସୁଜା କହିଛନ୍ତି, ରାତିରେ ତଥା ଦିନରେ ଏଠାକାର ପରିବେଶ ଖୁବ୍ ଶାନ୍ତ । ଏଭଳି ଶାନ୍ତିପୂର୍ଣ୍ଣ ସ୍ଥାନରେ ବତକ ରଖିବା ଖୁବ୍ ସହଜ ହୋଇଥାଏ । ବତକମାନେ ଜେଲ୍ ଭିତରେ ଓ ବାହାରେ ବୁଲିଥାନ୍ତି । ସେହିପରି ଏହାକୁ ପାଳିବା ଓ ସେମାନଙ୍କର ରକ୍ଷଣାବେକ୍ଷଣ କରିବା ଖୁବ୍ ସହଜ ଓ ଶସ୍ତା । ଏହି କାରଣ ଯୋଗୁଁ ଜେଲ୍‌ରେ ବତକ ରଖାଯାଇଛି । କୌଣସି ବନ୍ଦୀ ବା କଏଦୀ ହଲଚଲ ହେବା ଦେଖିଲେ ସେମାନେ ସାଙ୍ଗେସାଙ୍ଗେ ବୋବାଇବା ଆରମ୍ଭ କରି ଦିଅନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami