ଭୁବନେଶ୍ୱରରେ ଶହୀଦଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର

Above Post Content

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲା ସିକିମ୍ ବନ୍ୟାରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳଙ୍କ ସମେତ କେତେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିମାନବନ୍ଦରରେ ସରୋଜଙ୍କ ବାପା ଓ ଭାଇ ଉପସ୍ଥିତ ଥିବା ଜଣାଯାଇଛି ।
ଏହା ପରେ ସ୍ୱତନ୍ତ୍ର କରିଡରରେ ପୈତୃକ ଗାଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁ ଅଭିମୁଖେ ବାହାରିଥିଲା ଶହୀଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦୁଢିପ ଗାଁକୁ ଯିବ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Middle post content

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ । ସେଥିମଧ୍ୟରେ ଓଡ଼ିଆ ଯବାନ ସରୋଜ ଦାସ ମଧ୍ୟ ଭାସି ଯାଇଥିଲେ । ଦୁଇ ଦିନ ପରେ ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ । ଗତକାଲି ସହିଦ ସରୋଜଙ୍କ ପାର୍ôଥବ ଶରୀର ଓଡ଼ିଶାର ଆସିବାର ଥିଲା ମାତ୍ର କୌଣସି କାରଣ ବଶତଃ ଆସିପାରି ନଥିଲା । ତେଣୁ ଆଜି ଜନ୍ମମାଟିକୁ ଆସିଥିଲା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami