କରୋନା କାଳରେ କେନ୍ଦ୍ର ସରକାରଙ୍କ ଟ୍ରେଜରି ଫୁଲ, ମିଳିବ କି ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ?

Above Post Content

ମାର୍ଚ୍ଚ ମାସରେ ଜିଏସଟି ଆଦାୟ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । କରୋନା ମହାମାରୀ ଆତଙ୍କ କମିବା ସହିତ ଦେଶର ଅର୍ଥନୀତି ପୁଣି ଟ୍ରାକକୁ ଫେରୁଥିବା ଜିଏସଟିର ବମ୍ପର କଲେକ୍ସନ କହୁଛି । ମାର୍ଚ୍ଚ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ରହିଛି । ଯାହାକି ସର୍ବକାଳୀନ ରେକର୍ଡ୍ । ଏପ୍ରିଲ ମାସରେ ଜିଏସଟି ଆଦାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ, ରେକର୍ଡ୍ ଜିଏସଟି ଆଦାୟ ଭିତରେ କେନ୍ଦ୍ର ସରକାର ସାଧାରଣ ନାଗରିକଙ୍କୁ କିଛି ଆଶ୍ୱସ୍ତି ଦେବେ କି ? କାରଣ ଦରଦାମ ବୃଦ୍ଧି ସାଧାରଣ ନାଗରିକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୯ ଡଲାର ହୋଇଯାଇଥିଲା । କିନ୍ତୁ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ୪ ମାସ ଧରି ସ୍ଥିର ରହିଥିଲା । ଫଳରେ ପେଟ୍ରୋଲ କମ୍ପାନୀ ଭିଷଣ କ୍ଷତିର ସମ୍ମୁଖୀନ ହୋଇଥିଲେ । ଏବେ କିନ୍ତୁ ୧୦ କିସ୍ତିରେ ପେଟ୍ରୋଲ ଓ ଡିଜେଲ ଦରରେ ୭ ଟଙ୍କା ୨୦ ପଇସା ବୃଦ୍ଧି ହୋଇସାରିଲାଣି । ଅର୍ଥାତ ତୈଳ କମ୍ପାନୀଙ୍କୁ ସରକାର ଆଶ୍ୱସ୍ତି ଦେଇସାରିଲେଣି । ତେବେ ଆମ୍ ଆଦାମୀ କ’ଣ କିଛି ପାଇଲାଣି କି ? ଉତ୍ତର ହେଉଛି ଏପର୍ଯ୍ୟନ୍ତ କିଛି ମଧ୍ୟ ପାଇନାହିଁ ।

After 2nd paragraph post ads

ପେଟ୍ରୋଲ-ଡିଜେଲ ଉପରେ ରିହାତି ?

ଦେଶର ଅନେକ ସହରରେ ପେଟ୍ରୋଲ ଲିଟର ପିଛା ୧୧୫ ଟଙ୍କାରୁ ଅଧିକରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଡିଜେଲ ଦର ୧୦୦ଛୁଇଁ ସାରିଲାଣି । ଡିଜେଲ ଦର ବଢିବା ଅର୍ଥ ହେଉଛି ଦେଶରେ ଦରଦାମ ବୃଦ୍ଧି । ଯାହାକି ହେବାରେ ଲାଗିଛି । ତେବେ ଆଗାମୀ ଦିନରେ ଦରଦାମ ଆହୁରି ଅଧିକ ବଢିବାର ଆଶଙ୍କା ରହିଛି । କେବଳ ଏଇଥିପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡି଼ଜେଲ ଉପରୁ ଏକସାଇଜ୍ ଦର ହ୍ରାସ କରିବାର ସମ୍ଭାବନା ରହିଛି । ଜିଏସଟିର ରେକର୍ଡ କଲେକ୍ସନ ପାଇଁ ସରକାର ଏଭଳି କରିପାରନ୍ତି । ଗତବର୍ଷ ଦିପାବଳୀ ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଏକସାଇଜ୍ ଡ୍ୟୁଟିରେ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲେ । ଏଥର ମଧ୍ୟ ସରକାର ସେହିଭଳି ପଦକ୍ଷେପ ନେବାର ସମ୍ଭାବନା ରହିଛି ।

Middle post content

କମିପାରେ ଟ୍ୟାକ୍ସ

ଜିଏସଟି କଲେକ୍ସନ ଅଧିକ ଥିବା କାରଣରୁ କିଛି ଜରୁରୀ ଚିଜ ଉପରେ ଲାଗୁଥିବା ଜିଏସଟି ହ୍ରାସ ପାଇପାରେ । ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ଦେବା ପାଇଁ କିଛି ଜରୁରୀ ବସ୍ତୁକୁ ହାଇ ସ୍ଲାବରୁ ଲୋ’ ସ୍ଲାବକୁ ଅଣାଯିବାର କିମ୍ବା ସମ୍ପୂର୍ଣ୍ଣ ଭାବେ ଜିଏସଟି ବ୍ରାକେଟରୁ ହଟାଇବାର ସମ୍ଭାବନା ରହିଛି । ଯେଉଁଥିରେ କିଛି ଏଫଏମସିଜି ଉତ୍ପାଦ ସାମିଲ ଅଛି ବର୍ତ୍ତମାନ ଜିଏସଟି ୪ଟି ସ୍ଲାବ-୫,୧୨,୧୮ ଓ ୨୮ ପ୍ରତିଶତରେ ବିଭକ୍ତ ରହିଛି ।

କିଛି ଉତ୍ପାଦକୁ ୨୮ ପ୍ରତିଶତ ବାଲା ସ୍ଲାବରୁ ତଳକୁ ନିମ୍ନ ସ୍ଲାବକୁ ଅଣାଯାଇପାରେ । ନିକଟରେ ଖବର ଆସିଥିଲା ଯେ, ଜିଏସଟି କାଉନସିଲର ଆଗାମୀ ବୈଠକରେ ୫ ପ୍ରତିଶତ ସ୍ଲାବକୁ ବଢାଇ ୮ ପ୍ରତିଶତ କରାଯିବାର ବିଚାର କରାଯିବ । ତେବେ ଏହାଦ୍ୱାରା ଦରଦାମ ବୃଦ୍ଧିର ଆଶଙ୍କା ଥିବାରୁ ଯୋଜନାକୁ ବର୍ତ୍ତମାନ ପାଇଁ ଶିତଳ ଭଣ୍ଡାରକୁ ପଠାଇ ଦିଆଯାଇଛି ।

ଆୟକରରେ ଆଶ୍ୱସ୍ତି

ଜିଏସଟି ଆଦାୟରେ ଯଦି ଆଗାମୀ ଦିନରେ ଏହିଭଳି ଜବରଦସ୍ତ ବୃଦ୍ଧି ଜାରି ରୁହେ ତେବେ କେନ୍ଦ୍ର ସରକାର ଭବିଷ୍ୟତରେ କରଦାତ୍ତାଙ୍କୁ ମଧ୍ୟ ଆଶ୍ୱସ୍ତି ଦେବାର ସମ୍ଭାବନା ରହିଛି । ୨୦୧୪ ପରଠାରୁ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କରୋନା କାଳରେ ଆୟ ଓ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ଆୟକର ହ୍ରାସ ହୋଇପାରେ ବୋଲି ସାଧାରଣ ନାଗରିକ ଅନୁଭବ କରୁଥିଲେ କିନ୍ତୁ ସରକାର କୌଣସି ଆଶ୍ୱସ୍ତି ଦେଇ ନଥିଲେ । ତେବେ ଜିଏସଟି ଆୟ ବୃଦ୍ଧି ପରେ ଆୟକରରେ ଆଶ୍ୱସ୍ତି ମିଳିପାରେ ବୋଲି ଆଶା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami