ଆଜି ଇମ୍ରାନଙ୍କ ଫାଇନାଲ : ଆଉଟ୍ ହୋଇ ପ୍ୟାଭିଲୟନକୁ ଫେରିବେ କି କ୍ଷମତାରେ ରହିବେ ଜଣା ପଡିବ

Above Post Content

ପାକିସ୍ତାନର ଆସନ ଗଣିତ କହୁଛି, ପଦବୀ ବଞ୍ଚାଇବାକୁ ହେଲେ ଆବଶ୍ୟକ ୧୭୨ ସଦସ୍ୟଙ୍କ ସମର୍ଥନ । ଆଉ ଯାହା ଇମ୍ରାନଙ୍କ ପାଖରେ ନାହିଁ । ସେପଟେ ଗୁରୁବାର ଦେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ଯାହାଙ୍କୁ ଇସ୍ତଫା ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ମନେ ରଖିବା ଉଚିତ ସେ ଜଣେ କ୍ରିକେଟର, ତେଣୁ ଶେଷ ବଲରେ ମଧ୍ୟ ଖେଳ ଓଲଟପାଲଟ କରିଦେବାର କୌଶଳ ତାଙ୍କୁ ଜଣାଅଛି । ଯଦି ବାସ୍ତବରେ ପାକିସ୍ତାନ ରାଜନୈତିକ ଅବସ୍ଥାକୁ ଅବଲୋକନ କରିବା, ତେବେ ଏହା ସ୍ପଷ୍ଟ ଯେ ଇସ୍ତଫା ଦେବାକୁ ଯାଉଛନ୍ତି ଇମ୍ରାନ ଖାନଏହି ସମସ୍ତ ଘଟଣାକ୍ରମର ପ୍ରଛଦପଟ୍ଟରେ ରହିଛି ସେନାର ଭୂମିକା । ଖବର ସରାବରହ ସଂସ୍ଥା ANIର ରିପୋର୍ଟ ମୁତାବକ ପାକିସ୍ତାନର ଇସଲମାବାଦରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ଏକଥା ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ଦେଇଛି ତିନୋଟି ବିକଳ୍ପ । ସୁତ୍ର ଅନୁଯାୟୀ ଇମ୍ରାନଙ୍କ ଆଗରେ ରହିଥିବା ପ୍ରଥମ ବିକଳ୍ପ ହେଉଛି- ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅ

ଦ୍ୱିତୀୟ ବିକଳ୍ପ- ଖୁବଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାନେଇ ଘୋଷଣା କର । ଏବଂ ସଂସଦକୁ ଭଙ୍ଗ କର । ତୃତୀୟ ଅର୍ଥାତ ସେନାର ଶେଷ ବିକଳ୍ପରେ ରହିଛି- ସଂସଦରେ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କର ଏବଂ ଭୋଟକୁ ଗ୍ରହଣ କର ।

After 2nd paragraph post ads

ବୁଧବାର ଆର୍ମୀ ଜେନେରାଲଙ୍କୁ ଭେଟିଥିଲେ ଇମ୍ରାନ

ସେନା ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନ ସରକାର ସାମରିକ ଅଧିକାରୀଙ୍କୁ ପୋନ କରିଥିଲେ । ଏବଂ ଦେଶରେ ଜାରି ରହିଥିବା ଅସ୍ଥିର ରାଜନୈତିକ ଚିତ୍ରପଟକୁ ନେଇ ସେନା ସହ ଆଲୋଚନା କରିବାକୁ ଟାଇମ ମାଗିଥିଲେ । ଏହି ଘଟମାକ୍ରମ ମଧ୍ୟରେ ଇମ୍ରାନ ଖାନ ପାକିସ୍ତାନ ଆର୍ମି ଚିଫ୍ କଂର ଜାବେଦ ବାଜୱା ଏବଂ ଆଇଏସଆଇ ଡିଜିଙ୍କୁ ଭେଟିଥିଲେ । ଏବଂ ଏହି ବୈଠକ କେବଳ ସରକାରଙ୍କ ଅନୁରୋଧ କ୍ରମେ ଆହୁତ ହୋଇଥିଲା ।

Middle post content

୩ଟି ବିକଳ୍ପକୁ ନେଇ ଚର୍ଚ୍ଚା

ସରକାର ଏବଂ ସେନା ଅଧିକାରୀଙ୍କ ମଧ୍ୟରେ ତିନୋଟି ବିକଳ୍ପ ନେଇ ଅଲୋଚନା ହୋଇଥିଲା । ସେନା ଇମ୍ରାନହ୍କ ଆଗରେ ଯେଉଁ ତିନୋଟି ବିକଳ୍ପ ରଖିଥିଲା, ସେଥିରୁ ଗୋଟିଏ ବାଛିଛନ୍ତି ଇମ୍ରାନପାକିସ୍ତାନ ସଂସଦକୁ ଭଙ୍ଗ କରି ପୁନର୍ବାର ଦେଶରେ ନିର୍ବାଚନ କରିବା ନେଇ ଇମ୍ରାନ ରାଜି ହୋଇଥିବା କହିଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ । ଏବଂ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ମଧ୍ୟ ଇମ୍ରାନ କହିଥିବା ଜଣାପଡ଼ିଛି । ସେପଟେ ଇମ୍ରାନଙ୍କ ସହ ଆଲୋଚନା ପରେ ବିପକ୍ଷ ଦଳ ମାନଙ୍କ ସହ ବୈଠକ କରିଥିଲା ସେନା । ସେନା ମଧ୍ୟ ତିନୋଟି ପ୍ରସ୍ତାବ ମଧ୍ୟରୁ ଇମ୍ରାନ ରାଜି ହୋଇଥିବା ପ୍ରସ୍ତାବକୁ ସର୍ବ ସମ୍ମୁଖରେ ରଖିଥିଲେ । କିନ୍ତୁ ସଂସଦ ଭଙ୍ଗ ପ୍ରସ୍ତାବକୁ କାରଜ କରିଦେଇଛନ୍ତି ବିରୋଧି ଦଳ ।

ରାଜନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନି ସେନା

ସେପଟେ ଏ ସମସ୍ତ ଚର୍ଚ୍ଚା ଭିତରେ ନିଜକୁ ସଫେଇ ଦେଇଛି ସେନା । ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହି ପାକିସ୍ତାନ ସେନା । ସେନା କେବଳ ବିପକ୍ଷ ଦଳ ଆଗରେ ତିନୋଟି ବିକଳ୍ପ ପ୍ରସ୍ତାବ ପ୍ରକାଶ କରିଥିଲା । ଇମ୍ରାନ ସରକାର ଏବଂ ବିରୋଧି ଦଳ ଏକତ୍ର ବସନ୍ତୁ । ଏବଂ ଏକ ନିର୍ଣ୍ଣୟରେ ପହଁଛନ୍ତୁ ବୋଲି କହିଛନ୍ତି ସେନା ଅଧିକାରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami