କଟକ ତାରକସିକୁ ଜିଆଇ ଟ୍ୟାଗ୍‌: ଐତିହ୍ୟ, ପରିଚୟ, ସ୍ୱତନ୍ତ୍ରତାକୁ ସ୍ୱୀକୃତି

Above Post Content

କଟକ: କଟକର ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ । ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ୱତନ୍ତ୍ରତା ପ୍ରମାଣ କରୁଛି । ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର ଅନ୍ୟ ସାହି ପୁରୁଷାନୁକ୍ରମେ ତାରକସି କାର୍ଯ୍ୟ କରୁଥିବା ବଣିଆ ପରିବାର ବସବାସ କରୁଛନ୍ତି ।

Middle post content

ତାରକସି କାମର ବଜାର ସୁଯୋଗ ପାଇଁ କରିବେ ପ୍ରୟାସ

After 2nd paragraph post ads

ତାରକସି କାରିଗରଙ୍କ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ପରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ । ମୋକିମ୍ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ କଟକ ମୌଳିକ କାର୍ଯ୍ୟ ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ଏହା ବହୁ ଆଗରୁ ମିଳିବା କଥା । ରାଜ୍ୟସଭାକୁ ନିର୍ବାଚିତ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ତାରକସି କାରିଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶ୍ୱ ପ୍ରସିଦ୍ଧ କଟକ ତାରକସି କାମର ଅଧିକରୁ ଅଧିକ ବଜାର ସୁଯୋଗ ପାଇଁ ସରକାରଙ୍କ ନିକଟରେ ତାଙ୍କର ଦାବି ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ଜଣାଶୁଣା ତାରକସି କାରିଗର ବିଜୟ କୁମାର ସାହୁ କହିଛନ୍ତି, ଏହା କଟକବାସୀ ତଥା ସହର ତାରକସି ଶିଳ୍ପୀକୂଳ ପାଇଁ ଖୁସି ଖବର । ମାନସିଂହପାଟଣା ବାସିନ୍ଦା ରାଧାମୋହନ ସାହୁ କହିଛନ୍ତି ଯେ, ତାଙ୍କ ବଡ଼ ଭାଇ ସ୍ୱର୍ଗତ ନନ୍ଦକିଶୋର ସାହୁ ୧୯୭୫/୭୬ ମସିହାରେ ଆମେରିକାରେ ଆୟୋଜିତ ଫେଷ୍ଟିଭାଲ୍ ଇଣ୍ଡିଆରେ ଅଂଶଗ୍ରହଣ କରି ତିନିମାସ କାଳ ରହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami