ଆସନ୍ତା ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦଫାରେ ସମ୍ବଲପୁର ଓ ଖୋର୍ଦ୍ଧାର ହିତାଧିକାରୀଙ୍କୁ ମିଳିବ ନବୀନ କାର୍ଡ । ଯେଉଁମାନେ ବିଏସକେୱାଇ କାର୍ଡରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ବିଏସକେୱାଇ ନବୀନ କାର୍ଡ ପ୍ରଦାନ କରାଯିବ । ବିଏସକେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗର ଚିକିତ୍ସା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇ ପଞ୍ଜିକୃତ ଘରୋଇ ହସପିଟାଲରେ କେବଳ ଜଟିଳ ରୋଗର ମାଗଣା ଚିକିତ୍ସା ପାଇପାରିବେ ଜନସାଧାରଣ ।

Middle post content

୧ କୋଟିରୁ ଅଧିକ ପରିବାର ପାଇବେ ମାଗଣା ଚିକିତ୍ସା ସୁବିଧା

After 2nd paragraph post ads

ଏବେ ରାଜ୍ୟର ୯୦ ପ୍ରତିଶତ ଅର୍ଥାତ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ପାଇବେ ମାଗଣା ଚିକିତ୍ସା ସୁବିଧା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । ବିଏସକେୱାଇ ନବୀନ କାର୍ଡ ଦ୍ୱାରା ଓଡିଶାର କୌଣସି ପରିବାର ଆର୍ôଥକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିଲାଗି ସମସ୍ତ ଖର୍ଚ୍ଚ ନିଜ ପାଣ୍ଠିରୁ ବହନ କରିବେ ଓଡ଼ିଶା ସରକାର । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ବିଏସକେୱାଇ ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ସେହିପରି ୬ ତାରିଖରେ ନବୀନ ମ୍ୟାଜିକ କାର୍ଡ ୱେବସାଇଟର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami