କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

Above Post Content

ଭୁବନେଶ୍ୱର: ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଗଣେଶ୍ୱର ବେହେରାଙ୍କର କେନ୍ଦ୍ରାପଡ଼ା ବିଧାନସଭା ଆସନରେ ନିଜର ପ୍ରଭାବ ରହିଛି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି ।

Middle post content

ବିଜେଡ଼ିରେ ସାମିଲ ହୋଇପାରନ୍ତି ଗଣେଶ୍ୱର

After 2nd paragraph post ads

ପ୍ରାୟ ବର୍ଷେ ହେଲା ସେ ବିଜେଡି ସହ ଯୋଗାଯୋଗରେ ଥିବା କୁହାଯାଉଛି । ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି । ଏଥର ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ଗଣେଶ୍ୱରଙ୍କୁ ଯଦି ବିଜେଡି ଦଳରେ ସାମିଲ କରିବାରେ ସଫଳ ହୁଏ, ତେବେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର କଂଗ୍ରେସ ଭୋଟ ହୁଏତ ବିଜେଡି ପଟକୁ ଚାଲି ଆସିବ ବୋଲି ନେତୃବୃନ୍ଦ ଆକଳନ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami