ପୁଣି ଥରେ ଲମ୍ବା ଚୁଟି ରଖିବାର କାରଣ କହିଲେ ଏମ୍‌.ଏସ୍ ଧୋନୀ

Above Post Content

ନୂଆଦିଲ୍ଲୀ: ପୁଣି ଲମ୍ବା ଚୁଟି ରଖିଲେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍ ଧୋନୀ । ଏବେ ସେ ପୁଣି ଥରେ ଲମ୍ବା ଚୁଟି ରଖି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଲମ୍ବା ଚୁଟି କାହିଁକି ରଖିଲେ ସେ ବିଷୟରେ କହିଛନ୍ତି । ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆଇପିଏଲ ୨୦୨୪ରେ ଲମ୍ବା ଚୁଟିରେ ନଜର ଆସିବେ ଧୋନୀ

After 2nd paragraph post ads
Middle post content

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍ ଧୋନୀ ଲମ୍ବା ଚୁଟି ରଖିବାକୁ ଖୁବ୍ ପସନ୍ଦ କରନ୍ତି । ଲମ୍ବା ଚୁଟି ପାଇଁ ଧୋନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ୨୦୦୭ ଟି୨୦ବିଶ୍ୱକପ ପାଇଁ ଧୋନୀ ତାଙ୍କ ଚୁଟି କାଟିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲରେ ଦେଖି ସାରିଛନ୍ତି । ନିକଟରେ ଗୋଟିଏ ଇଭେଣ୍ଟରେ ଯୋଗ ଦେଇ ଧୋନୀ କହିଛନ୍ତି, ଲମ୍ବା ଚୁଟି ରଖିବାର କାରଣ ମୋ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରନ୍ତି । ନୂଆ ହେୟାର ଷ୍ଟାଇଲ ରଖିବାରେ ବହୁତ ସମସ୍ୟା ହେଉଛି । ଯଦି ଆଗକୁ ଏପରି ସମସ୍ୟା ହୁଏ ତେବେ ଚୁଟି ଛୋଟ କରିଦେବି । ପ୍ରଥମେ ପ୍ରଥମେ ମୋତେ ପ୍ରସ୍ତୁତ ହେବାକୁ ୨୦ମିନିଟ ଲାଗୁଥିଲା । ଏବେ ଲମ୍ବା ଚୁଟି ପାଇଁ ୧ଘଣ୍ଟା ୧୦ମିନିଟ ଲାଗୁଛି । କେବଳ ମୋ ପ୍ରଶଂସକଙ୍କୁ ପସନ୍ଦ ବୋଲି ଏହି ଚୁଟି ରଖିଛି ବୋଲି ସେ କହିଛନ୍ତି ।ଧୋନୀଙ୍କ ଏହି ଲମ୍ବା ଚୁଟି ଦେଖି ଅନୁମାନ କରାଯାଉଛି କି, ସେ ଆଇପିଏଲ ୨୦୨୪ରେପୁଣି ଲମ୍ବା ଚୁଟିରେ ନଜର ଆସିବେ । କେବଳ ଧୋନୀଙ୍କ ପ୍ରଶଂସକ ନୁହନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାରଫ ମଧ୍ୟ ଧୋନୀଙ୍କ ଲମ୍ବା ଚୁଟିର ଫ୍ୟାନ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami