ଅଯୋଧ୍ୟା ଜଙ୍କସନର ନାଁ ବଦଳି ହେଲା ‘ଅଯୋଧ୍ୟା ଧାମ’

Above Post Content

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟା ଜଙ୍କସନର ନାମ । ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି । ଅଯୋଧ୍ୟା ରେଲୱେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ‘ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି । ଏନେଇ ରେଳବାଇ ନିର୍ଦ୍ଦେଶ ଜାରି କରିଛି ।ବିଜେପି ସାଂସଦ ଲଲ୍ଲୁ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନାମ ପରିବର୍ତ୍ତନ ପାଇଁ ଉତ୍ତର ପ୍ରଦେଶ ସରକାର ଭାରତୀୟ ରେଳବାଇକୁ ଏକ ପ୍ରସ୍ତାବ ଦେଇଥିଲେ । ଯାହାକୁ ରେଲବାଇ ସ୍ୱୀକାର କରିବା ସହ ଷ୍ଟେସନର ନାମ ପରିବର୍ତ୍ତନ କରିଛି ।

Middle post content

ଯାତ୍ରୀଙ୍କ ପାଇଁ ନୂଆବର୍ଷରୁ ଖୋଲିବ

After 2nd paragraph post ads

ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନୂଆ ଏୟାରପୋର୍ଟ ଏବଂ ନବନିର୍ମିତ ରେଲୱେ ଷ୍ଟେସନର ଉଦ୍‌ଘାଟନ କରିବେ । ଏହା ପରେ ନୂଆବର୍ଷରୁ ସାଧାରଣ ଯାତ୍ରୀମାନଙ୍କ ପାଇଁ ଖୋଲାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami