ଦୁର୍ଘଟଣା ପରେ ବସ୍‌ରେ ଲାଗିଲା ନିଆଁ, ୧୩ ଜୀବନ୍ତ ଦଗ୍ଧ

Above Post Content

ମହାରାଷ୍ଟ୍ର: ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍‌ରେ ଲାଗିଗଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ ରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ୩୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ସେହି ବସ୍ ରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ ହିଁ ୧୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

Middle post content

ମୃତକଙ୍କ  ମିଳିନାହିଁ ପରିଚୟ

After 2nd paragraph post ads

ଅନ୍ୟ ୧୭ଜଣ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ବଜରଙ୍ଗଗଡ ପୋଲିସ ଷ୍ଟେସନ ପରିସରର ଦୋହି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ବସଟି କେଉଁ ସ୍ଥାନକୁ ଯାଉଥିଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଖବର ଲେଖାଯିବା ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ପରିଚୟ ମିଳିନି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami