୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ , ମେ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ

Above Post Content

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩ , ୨୦, ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ

After 2nd paragraph post ads
Middle post content

ନିର୍ବାଚନ କମିଶନ ଲୋକସଭା ବ୍ୟତୀତ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ଅନୁଷ୍ଠିତ ହେବ । ସେହିପରି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ । ଏପ୍ରିଲ ୧୯ରେ ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବ । ସେହିପରି ମେ’ ୭ ରେ ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ଭୋଟ ଗ୍ରହଣ ହେବ । ୪ର୍ଥ ପର୍ଯ୍ୟାୟ ଭୋଟ ମେ ୧୩ ଓ ୫ମ ପର୍ଯ୍ୟାୟ ମେ ୨୦ରେ ଅନୁଷ୍ଠିତ ହେବ । ୬ଷ୍ଠ ପର୍ଯ୍ୟାୟ ମେ ୨୫ ଓ ୭ମ ପର୍ଯ୍ୟାୟ ଜୁନ ୧ ରେ ହେବ ।

୧୦.୫ ଲକ୍ଷ ପୋଲିଂ ବୁଥରେ ହେବ ଭୋଟ ଗ୍ରହଣ

ଏହି ନିର୍ବାଚନ ପାଇଁ ୫୫ ଲକ୍ଷ ଇଭିଏମର ବ୍ୟବହାର କରାଯିବ । ୧୦.୫ ଲକ୍ଷ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଦେଢ କୋଟି ପୋଲିଂ ଅଫିସର ଓ କର୍ମଚାରୀ ନିର୍ବାଚନ କାମରେ ନିୟୋଜିତ ହେବେ । ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ୨୧୦୦ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି । ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି । ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇ ଦିଆଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami