ଅଯୋଧ୍ୟାରେ ରାମଲଲାଙ୍କ ପ୍ରଥମ ଝଲକ୍‌

Above Post Content

ନୂଆଦିଲ୍ଲୀ: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଗବାନ ରାମଙ୍କ ପ୍ରତିମାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ଗର୍ଭଗୃହରେ ପ୍ରବେଶ କରିଛନ୍ତି ।

Middle post content

ଗର୍ଭଗୃହରେ ପ୍ରବେଶ କଲେ ରାମଲଲା

After 2nd paragraph post ads

ଗୁରୁବାର ରାତିରେ ରାମଲଲା ମୂର୍ତ୍ତିର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି । ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ପବିତ୍ର ମନ୍ଦିରରେ ସ୍ଥାପନ ହେବାକୁ ଥିବା ୨୦୦ କିଲୋଗ୍ରାମ ଓଜନର ରାମଲଲାଙ୍କ ନୂତନ ପ୍ରତିମା ରାମଜନ୍ମ ଭୂମି ପରିସରକୁ ନିଆଯାଇଛି । ଏହାପୂର୍ବରୁ ମନ୍ଦିର ପରିସରରେ ରାମ ଲାଲାଙ୍କ ପ୍ରତିମାକୁ ବୁଲାଇବାର ଯୋଜନା ଥିଲା । କିନ୍ତୁ ପ୍ରତିମାର ଓଜନ ଅଧିକ ହୋଇଥିବାରୁ ସିଧା ଭିତରକୁ ନିଆଯାଇଥିଲା ।ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ଜାନୁଆରି ୨୨ ତାରିଖ ୧୨.୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଆହୁରି ୬୦୦୦ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । ୪୦୦୦ ସାଧୁ ମଧ୍ୟ ଏଠାରେ ସାମିଲ୍ ରହିବେ । ମଇସୁରର ଅରୁଣ ଯୋଗୀରାଜ ଭଗବାନ ରାମଙ୍କର ଏହି ପ୍ରତିମା ତିଆରି କରିଛନ୍ତି । ପିତା ଏବଂ ଜେଜେବାପାଙ୍କ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ଅରୁଣ ମୂର୍ତ୍ତି ଗଢ଼ିବା କ୍ଷେତ୍ରରେ ପ୍ରବେଶ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami