ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ହାଫ୍ ଡ଼େ ଛୁଟି ଘୋଷଣା

Above Post Content

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଆଉ ଏଥିପାଇଁ କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୨୨ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ କୋର୍ଟ ମଧ୍ୟ ଅପରାହ୍ନ ୨ଟା୩୦ ଯାଏଁ ବନ୍ଦ ରହିବ ।

Middle post content

ସୁବିଧାରେ ଦେଖିପାରିବେ କାର୍ଯ୍ୟକ୍ରମର ସିଧା ପ୍ରସାରଣ

After 2nd paragraph post ads

ଉଲ୍ଲେଖ ଥାଉ କି, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା ଯେ କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ, ‘ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଅବସରରେ ସମ୍ପୂର୍ଣ୍ଣ ଭାରତରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଜାନୁଆରି ୨୨ ତାରିଖ ଦ୍ୱିପହର ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ଅର୍ଥାତ ଅଧାଦିନ ପର୍ଯ୍ୟନ୍ତ ଛୁଟି ରହିବ । ଏହା ଏଥିପାଇଁ ନିଷ୍ପତ୍ତି ନିଆଯାଇଛି କି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଜନସାଧାରଣ ସୁବିଧାରେ ଦେଖି ପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami