କାର ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ ଭରିଲେ ଜରିମାନା

Above Post Content

ନୂଆଦିଲ୍ଲୀ: କାର ହେଉ କି ବାଇକ୍ ଚଲାଇବା ସମୟରେ ଲୋକେ ସତର୍କ ହୋଇଥାନ୍ତି । ଏଥିସହିତ ସଡକ ନିୟମ ପ୍ରତି ବିଶେଷ ଧ୍ୟାନ ବି ରଖିଥାନ୍ତି । କାର ଚଲାଇବାବେଳେ ସିଟ୍ ବେଲ୍ଟ ବିନ୍ଧିବା ଓ ଦୁଇଚକିଆ ଯାନ ଚଲାଇବାବେଳେ ହେଲମେଟ୍ ପିନ୍ଧିବା ଜରୁରୀ ଅଟେ । ଏହି ନିୟମ ଉଲ୍ଲଘଂନ କଲେ ଜରିମାନା ଦେବାକୁ ପଡ଼ିଥାଏ । ପୂର୍ବରୁ ଟ୍ରାଫିକ ଛକରେ ପୋଲିସ ତଦାରଖ କରୁଥିବାବେଳେ ଏବେ ସେହି କାମ ସିସି କ୍ୟାମେରା କରୁଛି । ଏହାଦ୍ୱାରା କେହି ନିୟମ ଉଲ୍ଲଘଂନ କଲେ ମୋବାଇଲ ନମ୍ବରକୁ ଚାଲାଣ କଟିବା ମେସେଜ ଆସି ଯାଉଛି । କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । କାର ଚଲାଉଥିବାବେଳେ ଜଣେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବାରୁ ତାଙ୍କ ଉପରେ ୩୩୧୯୮ଟଙ୍କାର ଜରିମାନା ଲାଗିଛି ।

Middle post content

ଫୋନରେ କଥା ହେଉଥିବା ଭାବି ଏଆଇ କ୍ୟାମେରା ଉଠାଇଥିଲା ଫଟୋ

After 2nd paragraph post ads

ଏହି ଘଟଣାଟି ଘଟିଛି ଡଚ୍‌ରେ । ଯେଉଁଠି ଡ୍ରାଇଭିଂ ସମୟରେ ମୁଣ୍ଡ କୁଣ୍ଡାଇବାରୁ ବ୍ୟକ୍ତିଙ୍କୁ ୩୩୧୯୮ଟଙ୍କା ଦେବାକୁ ପଡିଛି । କହିରଖୁଛୁ କି, ଏକ ଏଆଇ ସଞ୍ଚାଳିତ କ୍ୟାମେରା ତାଙ୍କୁ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିବା ଦେଖି ଫଟୋ ଉଠାଇଛି । ଯାହାପରେ ତାଙ୍କ ପାଖକୁ ୩୩୧୯୮ଟଙ୍କାର ଚାଲାଣ କଟିଥିବା ମେସେଜ ଆସିଛି । କିନ୍ତୁ ବ୍ୟକ୍ତିଜଣକ ଦାବି କରିଛନ୍ତି କି, ସେ ସେତେବେଳେ ମୁଣ୍ଡ କୁଣ୍ଡାଉ ଥିଲେ । ଏଆଇ କ୍ୟାମେରା ଦ୍ୱାରା ଏପରି ଭୁଲ ହୋଇଛି । ଏହାପରେ ସେଣ୍ଟ୍ରାଲ ଜୁଡିସିଆଲ କଲେକ୍ସନ ଏଜେନ୍ସି କ୍ୟାମେରା କଏଦ କରିଥିବା ଫଟୋକୁ ଯାଞ୍ଚ କରିଛି । ପ୍ରଥମ ନଜରରେ ବ୍ୟକ୍ତିଜଣକ ଫୋନରେ କଥା ହେଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଯେତେବେଳେ ଏହାକୁ ଜୁମ୍ କରାଯାଇଥିଲା ଜଣାପଡିଥିଲା କି, ବ୍ୟକ୍ତିଜଣକ ମୁଣ୍ଡ କୁଣ୍ଡାଉଥିଲେ, ଯାହାକୁ ଏଆଇ କ୍ୟାମେରା ମୋବାଇଲରେ କଥା ହେଉଥିବାର ଭାବି ଫଟୋ ନେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami