ଏମିତି ମନ୍ଦିର, ଯେଉଁଠିକି ପ୍ରେମୀଯୁଗଳଙ୍କୁ ଯିବା ନିଷେଦ୍ଧ

Above Post Content

ରାଜସ୍ଥାନ: ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି କି ମନ୍ଦିର ଯାଇ ମାନସିକ ବି କରନ୍ତି । ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି । କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଯୁଗଳଙ୍କୁ ଆସିବାକୁ ବାରଣ କରାଯାଇଥାଏ । ଯଦି କେହି ନ ମାନି ଉକ୍ତ ମନ୍ଦିରକୁ ଯାଆନ୍ତି, ତାହାହେଲେ ଉଭୟ ପ୍ରେମୀଯୁଗଳ ଅଲଗା ହେବା ନିଶ୍ଚିତ ।

Middle post content

ପ୍ରେମ ନିଶା ଦୂର କରିବାକୁ ଆସନ୍ତି ମନ୍ଦିର

After 2nd paragraph post ads

ଉତ୍ତରପ୍ରଦେଶର ସାହାରନପୁରରେ ଏକ ହନୁମାନ ମନ୍ଦିର ରହିଛି । ଏହି ମନ୍ଦିରକୁ ପ୍ରେମୀଯୁଗଳଙ୍କୁ ଆସିବାକୁ ବାରଣ କରାଯାଇଥାଏ । କାରଣ ଏହି ମନ୍ଦିରରେ ପ୍ରେମ ନିଶା ଛଡାଇବା ପାଇଁ ଚିକିତ୍ସା କରାଯାଇଥାଏ । ସେଥିପାଇଁ କୌଣସି ପ୍ରେମୀ ଏଠାକୁ ଭୁଲରେ ମଧ୍ୟ ଆସନ୍ତି ନାହିଁ । କାରଣ ୮ବର୍ଷ ପୂର୍ବରୁ ରାଜସ୍ଥାନର ବାଲାଜୀ ନିକଟରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ ଲୋକେ ପ୍ରେମ ନିଶା ଦୂର କରିବା ପାଇଁ ଏଠାକୁ ଆସିଥାନ୍ତି । ଏଥିପାଇଁ ଏକ ବିଶେଷ ଦିନ ଧାର୍ଯ୍ୟ କରାଯାଇ ପୂଜା କରାଯାଏ । ପ୍ରତି ଶନିବାର ଓ ମଙ୍ଗଳବାର ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେକ ଉପାୟ କହିଥାନ୍ତି । ତେବେ ପରିବାର ଲୋକେ ଏହି ଉପାୟ ଅବଲମ୍ବନ କଲେ ସେହି ବ୍ୟକ୍ତିଙ୍କର ପ୍ରେମ ନିଶା ଖସିଯାଇଥାଏ । ସେ ସମ୍ପୂର୍ଣ୍ଣ ତାଙ୍କ ପ୍ରେମୀଙ୍କ ବିଷୟରେ ଭୁଲିଯା’ନ୍ତି । ତେଣୁ ପ୍ରେମୀଯୁଗଳ ଏଠାକୁ ଆସିବାକୁ ଜମା ରାଜି ହୁଅନ୍ତି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami