ଫଳରସ ଓ ଖୀର ସହିତ କାହିଁକି ଖାଇବେ ନାହିଁ ଔଷଧ ? ଔଷଧ ଷ୍ଟ୍ରିପରେ ଲାଲ ଗାର କାହିଁକି ଥାଏ ? ଜାଣନ୍ତୁ କାହିଁକି ..

Above Post Content

ଅନେକ ସମୟରେ ଆପଣଙ୍କୁ କେହି ନା କେହି ଗରମ ଖୀର ସହିତ ଔଷଧ ଖାଇବାକୁ ପରାମର୍ଶ ଦେଇଥିବେ । କିଛି ଲୋକଙ୍କ ଧାରଣା ଯେ, ଗରମ ଖୀର ସହିତ ଔଷଧ ସେବନ କଲେ ଔଷଧ ଅଧିକ ପ୍ରଭାବୀ ହୋଇଥାଏ । କିନ୍ତୁ ସତ ହେଉଛି ବିଜ୍ଞାନ ଏହାକୁ ମାନେ ନାହିଁ । ବିଶେଷଜ୍ଞଙ୍କ କହିବା ହେଉଛି ଅନେକ ସମୟରେ ରୋଗୀ ଚା’, ଖିର ଓ ଫଳରସ ସହିତ ଔଷଧ ଖାଇଥାନ୍ତି । ଯାହାକି ଔଷଧ ପ୍ରଭାବକୁ ବଢାଇବା ବଦଳରେ କମ କରିଥାଏ ।

ପ୍ରଥମେ ଜାଣନ୍ତୁ ଗରମ ଖିର ସହିତ କ’ଣ ପାଇଁ ଔଷଧ ସେବନ ଅନୁଚିତଜର୍ମାନ ଆସୋସିଏସନ ଅଫ୍ ଫାର୍ମାସିଷ୍ଟ୍ ମୁଖପାତ୍ର ଉର୍ସୁଲା ସେଲରବର୍ଗଙ୍କ କହିବା ହେଉଛି ଗରମ ଖିର, ଫଳରସ ଔଷଧର ପ୍ରଭାବକୁ କମ କରିଥାନ୍ତି । ଖିରରେ କ୍ୟାଲସିୟମ ରହିଥାଏଯାହାକି ଔଷଧରେ ଥିବା ଡ୍ରଗ୍ସକୁ ରକ୍ତରେ ମିଶିବାରେ ବାଧା ସୃଷ୍ଟି କରିଥାଏ । ତେଣୁ ଔଷଧର ପ୍ରଭାବ କମିଥାଏ ।

After 2nd paragraph post ads

ଉର୍ସୁଲା ସେଲରବର୍ଗଙ୍କ ଅନୁସାରେ କିଛି ବ୍ୟକ୍ତି ଫଳରସ ସହିତ ଔଷଧ ସେବନ କରିଥାନ୍ତି । ସେ ସେମାନଙ୍କୁ ଏଭଳି ନକରିବା ପାଇଁ ପରାମର୍ଶ ଦିଅନ୍ତି । କାରଣ ହେଉଛି ଯେ, ଫଳରସ ଶରୀରରେ ପହଂଚି ଏଭଳି ଏଞ୍ଜାଇମକୁ ଅଟକାଇଥାଏ ଯାହାର ଔଷଧକୁ ଶରୀରରେ ମିଳେଇବାରେ ସାହାଯ୍ୟ କରିଥାଏ । ତେଣୁ ଔଷଧର ପ୍ରଭାବ କମ ହୋଇଥାଏ କିମ୍ବା ବିଳମ୍ବରେ ଔଷଧର ପ୍ରଭାବ ପରିଲକ୍ଷିତ ହୋଇଥାଏ । ତେଣୁ ପାଣି ସହ ହିଁ ଔଷଧ ସେବନ କରିବା ଉଚିତ ।

Middle post content

ଔଷଧ ଷ୍ଟ୍ରିପରେ ଲାଲ୍ ଗାର କାହିଁକି ଥାଏ ?

ଏବେ ଆସନ୍ତୁ ଜାଣିବା ଔଷଧ ଷ୍ଟ୍ରିପରେ ଲାଲ୍ ଗାର କାହିଁକି ଥାଏ । ଲାଲ୍ ଗାର ସାଧାରଣତଃ ଆଣ୍ଟିବାୟୋଟିକ୍ ଓ କିଛି ଅନ୍ୟ ଔଷଧ ଷ୍ଟ୍ରିପ୍ ଉପରେ ଥାଏ । ଯାହାର ଅର୍ଥ ହେଉଛି ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପ୍ସନ ଦ୍ୱାରା ହିଁ କିଣା ଯାଇପାରିବ । ନିଜ ମର୍ଜିରେ ଏହାକୁ କିଣା ଯାଇପାରିବ ନାହିଁ । ଏନେଇ ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା ।

ଖାଲି ପେଟରେ ଔଷଧ ନଖାଇବା ପାଇଁ ମଧ୍ୟ ଅନେକ ସମୟରେ ପରାମର୍ଶ ଦିଆଯାଇଥାଏଏହାର ସବୁଠାରୁ ବଡ଼ କାରଣ ହେଉଛି କିଛି ଔଷଧକୁ ଖାଲି ପେଟରେ ସେବନ ଦ୍ୱାରା ପେଟ ସହିତ ସମ୍ପର୍କିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସେହିଭଳି ଔଷଧକୁ ଖାଲି ପେଟରେ ଖାଇବା ଅନୁଚିତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami