ରିଲିଜ୍ ହେଲା ‘ଫାଇଟର’ର ଦମ୍‌ଦାର ଟିଜର

Above Post Content

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର’ ଏବେ ଖୁବ୍ ଚର୍ଚ୍ଚାରେ । ଆଜି ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଏଥିରେ ହ୍ରିତିକ ଓ ଦୀପିକା ପାଇଲଟ୍ ଭୂମିକାରେ ନଜର ଆସିଛନ୍ତି । ଏହି ଯୋଡ଼ିକୁ ପ୍ରଥମ ଥର ସ୍କ୍ରିନ୍‌ରେ ଦେଖିବାକୁ ପାଇବେ ଦର୍ଶକ । ଦର୍ଶକ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏଥିରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି । ହ୍ରିତିକ, ଦୀପିକା ଏବଂ ଅନିଲ କପୁରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳୁଛି । ଯେଉଁଥିରେ ତିନିଜଣ କଳାକାର ସେମାନଙ୍କ ୟୁନିଫର୍ମରେ ନଜର ଆସିଛନ୍ତି ।

Middle post content

 ଫିଲ୍ମକୁ ଲୋକେ ପସନ୍ଦ କରିବେ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା

After 2nd paragraph post ads

ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଲୁକ୍‌ର ପୋଷ୍ଟର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ୍ ହୋଇଛି । ଏହି ଆକ୍ସନ ଭରପୂର ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ । କିନ୍ତୁ ଆଜି ନିର୍ମାତା ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛନ୍ତି । ଫିଲ୍ମର ଟିଜର ବହୁତ ଆଶ୍ଚର୍ଯ୍ୟଜନକ । ଫିଲ୍ମର ଏହି କିଛି ମିନିଟ ଟିଜର ପ୍ରମାଣିତ କରିଛି ଯେ ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରିବେ । ଟିଜରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଆକାଶର ଉଚ୍ଚତାକୁ ଛୁଇଁଥିବାର ନଜର ଆସିଛନ୍ତି । ଟିଜରରେ ହ୍ରିତିକ ଓ ଦୀପିକାଙ୍କ ଆକ୍ସନ ଲୁକ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami