ହ୍ରିତିକ-ଦୀପିକାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ: ନିର୍ମାତା, ନିର୍ଦ୍ଦେଶକଙ୍କୁ ନୋଟିସ

Above Post Content

ମୁମ୍ବାଇ : ବିବାଦ ଘେରରେ ବଲିଉଡ୍ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ନୂଆ ଫିଲ୍ମ ‘ଫାଇଟର’ । ଏହି ଫିଲ୍ମରେ ଭାରତୀୟ ବାୟୁସେନା ୟୁନିଫର୍ମରେ ଏକ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି । ଏଥିପାଇଁ ଫିଲ୍ମ ନିର୍ମାତା,ନିର୍ଦ୍ଦେଶକଙ୍କୁ ଲିଗାଲ୍ ନୋଟିସ୍ ଜାରି କରାଯାଇଛି ।

ଚୁମ୍ବନ ଦୃଶ୍ୟ ବାୟୁସେନାକୁ ଅପମାନ

After 2nd paragraph post ads
Middle post content

ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟ ଦୀପ୍ ଦାସ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମ ବାୟୁସେନାର ଫାଇଟର ପାଇଲଟସଙ୍କ କାହାଣୀ ଉପରେ ପ୍ରଦର୍ଶିତ ହୋଇଛି । ଏହାର କାହାଣୀ ଜମ୍ମୁ-କଶ୍ମୀରରେ ନିୟୋଜିତ ଦୁଇ ଜଣ ଦକ୍ଷ ଲଢୁଆ ପାଇଲଟ (ହ୍ରିତିକ-ଦୀପିକା)ଙ୍କୁ ନେଇ ଆଧାରିତ । ଆତଙ୍କବାଦୀ ଆକ୍ରମଣ ପରେ ଘଟିଥିବା ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି । କାହାଣୀ ଆଗକୁ ବଢ଼ିବା ସହିତ ସେମାନେ ପ୍ରେମରେ ପଡ଼ିଯାଆନ୍ତି । ଗୋଟିଏ ଦୃଶ୍ୟରେ ସେମାନେ ବାୟୁସେନା ୟୁନିଫର୍ମ ପିନ୍ଧି ଓଠରେ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏହି ଚୁମ୍ବନ ଦୃଶ୍ୟ ବାୟୁସେନାକୁ ଅପମାନ । ୨୦୧୯ ପୁଲୱାମା ଆକ୍ରମଣ, ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ଏବଂ ୨୦୧୯ ଭାରତ-ପାକିସ୍ତାନ ସୀମା ସଂଘର୍ଷକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଗଢ଼ିଉଠିଛି ।

ବକ୍ସ ଅଫିସରେ କରିଛି ଭଲ ବ୍ୟବସାୟ

ବଲିଉଡର ଲୋକପ୍ରିୟ ତାରକା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର’ର ଧମାକା ଭାରତରେ ନୁହେଁ ବିଶ୍ୱରେ ଦେଖିବାକୁ ମିଳିଛି । ‘ଫାଇଟର’ ରିଲିଜ ପରେ ନିର୍ମାତା ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସହ ଫିଲ୍ମର କଲେକ୍ସନ ନେଇ ସୂଚନା ଦେଇଥିଲେ । ଏଥିରେ ଲେଖାଅଛି ଯେ, ଏହି ଫିଲ୍ମ ବର୍ତ୍ତମାନ ବିଶ୍ୱ ବକ୍ସ ଅଫିସରେ ୩୦୨ କୋଟି ଆୟ କରିଛି । ସେହିପରି ଘରୋଇ ବକ୍ସ ଅଫିସରେ ମୋଟ ୨୧୭ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ସମସ୍ତଙ୍କ ଭଲପାଇବା ପାଇଁ ‘ଫାଇଟର’ ଟିମ ବହୁତ କୃତଜ୍ଞ । ଏହି ସଫଳତା କେବଳ ଦର୍ଶକଙ୍କ ପାଇଁ ସମ୍ଭବ ହୋଇପାରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami