୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ନିର୍ବାଚନ କମିସନ

Above Post Content

ନୂଆଦିଲ୍ଲୀ: ଆଜି ବାଜିବ ୫ ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ନିର୍ବାଚନ ତାରିଖ, ମତଦାନ ପର୍ଯ୍ୟାୟ ଓ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାରର ତାରିଖ ଆଦି ଘୋଷଣା କରିବା ନିମନ୍ତେ ନିର୍ବାଚନ ଆୟୋଗ ଆଜି ଦିନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକିଛନ୍ତି । ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ତାରିଖ ଏବଂ ପର୍ଯ୍ୟାୟରେ ଏହି ରାଜ୍ୟଗୁଡିକରେ ଭୋଟ୍ ଗ୍ରହଣ କରାଯାଇପାରେ । ଗତଥର ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥି ସହିତ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇପାରିବ । ତେବେ ଭୋଟ୍ ତାରିଖ ଭିନ୍ନ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏକକାଳୀନ ସମସ୍ତ ନିର୍ବାଚନ ରାଜ୍ୟଗୁଡିକର ଭୋଟ୍ ଗଣନା କରିବାକୁ ନିଷ୍ପତ୍ତି ନିଆଯାଇପାରେ ।
୨୦୨୩ ଡିସେମ୍ବର ଓ ୨୦୨୪ ଜାନୁଆରି ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ୬ରୁ ୮ ସପ୍ତାହ ପୂର୍ବରୁ ଭାରତର ନିର୍ବାଚନ କମିସନ୍ ସାଧାରଣତଃ ସମୟ-ନିର୍ଘଣ୍ଟଧାର୍ଯ୍ୟ କରିଥାଏ । ଏହି ବିଧାନସଭା ନିର୍ବାଚନ ‘ବିଜେପି’, କଂଗ୍ରେସ ଓ ଅନ୍ୟାନ୍ୟ ପ୍ରମୁଖ ଆଞ୍ଚଳିକ ଦଳମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଉପରୋକ୍ତ ୫ଟି ରାଜ୍ୟରୁ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ଥିବା ବେଳେ ମଧ୍ୟପ୍ରଦେଶରେ ‘ବିଜେପି’ ଶାସନ କରୁଛି । ସେହିପରି, ତେଲେଙ୍ଗାନାରେ ‘କେସିଆର’ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ ଓ ମିଜୋରାମ୍‌ରେ ‘ମିଜୋ ନ୍ୟାସ୍‌ନାଲ୍ ଫ୍ରଣ୍ଟ୍‌’ କ୍ଷମତାରେ ରହିଛନ୍ତି ।

୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ

After 2nd paragraph post ads

ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁୟାରୀ ୬ ତାରିଖରେ ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ସମସ୍ତ ୨୩୦ଟି ଆସନ ପାଇଁ ନିର୍ବାଚନ ନଭେମ୍ବର କିମ୍ବା ତା ପୂର୍ବରୁ ଘୋଷଣା କରାଯାଇପାରେ । ନଭେମ୍ବର ୨୦୧୮ ରେ ରାଜ୍ୟରେ ଶେଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା । କମଲ ନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ମାର୍ଚ୍ଚ ୨୦୨୦ ରେ ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ଏହା ପରେ ରାଜ୍ୟରେ ବିଜେପି ସରକାର ଗଠନ କରିଥିଲା । ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ

ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୪ରେ ଶେଷ ହେବ । ୨୦୨୩ ନଭେମ୍ବରରେ ରାଜ୍ୟରେ ୨୦୦ଟି ଆସନରେ ମତଦାନ ହୋଇପାରେ । ୨୦୧୮ରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା । ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Middle post content

୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ

ଛତିଶଗଡ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁୟାରୀ ୩ ତାରିଖରେ ଶେଷ ହେବ । ଚଳିତ ବର୍ଷ ଶେଷରେ ଛତିଶଗଡର ୯୦ଟି ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୮ ନଭେମ୍ବରରେ ଶେଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ଜିତିଥିଲା । ଭୁପେଶ ବାଗେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନ

ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୬ରେ ଶେଷ ହେବାକୁ ଯାଉଛି । ୨୦୧୮ ଡିସେମ୍ବରରେ ୧୧୯ ସିଟ୍ ବିଶିଷ୍ଟ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଲେଙ୍ଗାନା ରାଷ୍ଟ୍ର ସମିତି ରାଜ୍ୟରେ ସରକାର ଗଠନ କରିଥିଲେ । ଏହାର ନାମ ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତିରେ ପରିବର୍ତ୍ତିତ ହୋଇଛି । ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୧୮ ମିଜୋରାମ ବିଧାନସଭା ନିର୍ବାଚନ

୨୦୨୩ ଡିସେମ୍ବର ୧୭ରେ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ଚଳିତ ବର୍ଷ ଶେଷରେ ୪୦ଟି ସିଟ୍ ବିଶିଷ୍ଟ ମିଜୋରାମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୮ ନଭେମ୍ବରରେ ରାଜ୍ୟରେ ଶେଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । ପରେ ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami