ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ

Above Post Content

ବିଶ୍ୱକପ ର ଆରମ୍ଭରୁ ଭାରତୀୟଙ୍କ ମନ ଜିଣିଲା ଭାରତୀୟ ଟିମ । କଙ୍ଗାରୁ ଟିମ କୁ ବିରାଟ କୋହଲି ଓ କେ ଏଲ ରାହୁଲ ଦମଦାର ଧୋଇବା ସହ ପ୍ରଥମ ମ୍ୟାଚ୍ କୁ ନିଜ ନାମରେ କରିଛି ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ ୧୯୯ ରନରେ ଅଲଆଉଟ କରି ୨୦୦ ରନ ର ଟାର୍ଗେଟ ନେଇ ପଡିଆକୁ ଓଲ୍‌ହାଇଥିଲା ଭାରତୀୟ ଦଳ । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିଥିଲା ଭାରତ । ଅର୍ଥାତ ମାତ୍ର ୨ରନ ରେ ହରାଇଥିଲା ୩ ଟି ଉଇକେଟ । ପ୍ରଥମ ଓଭର ରେ ୩ଟି ଉଇକେଟ ନେଇ ଭାରତକୁ ବ୍ୟାକଫୁଟ ରେ ରଖିଥିଲା କଙ୍ଗାରୁ ଦଳ । ତେବେ ସେହି ସମୟରେ ଟିମ ଇଣ୍ଡିଆ ପାଇଁ ଦେବଦୂତ ସାଜିଥିଲା ବିରାଟ କୋହଲି ଏବଂ କେଏଲ ରାହୁଲ ଉଭୟ ଙ୍କ ମଧ୍ୟରେ ୧୬୫ ରନ ର ଜବରଦସ୍ତ ପାର୍ଟନରର୍ସିପ । ଟିମ ଇଣ୍ଡିଆକୁ ସଫଳ ର ପଥ କୁ ଆଣି ବିଜୟ ର ଧାରା ରେ ପହଂଚିଥିଲେ ଏହି ଦୁଇ ତାରକା । ଭାରତ ପକ୍ଷ୍ୟ ରୁ କେଏଲ ରାହୁଲ ଅପରାଜିତ ୯୭ ରନ କରିଥିବା ବେଳେ ବିରାଟ କୋହିଲି ୮୫ ରନ କରିଥିଲେ । ଭାରତ ଅଷ୍ଟ୍ରେଲିଆ ର ଏହି ମ୍ୟାଚ୍ ରୋମାଞ୍ଚକ ର ହୋଇଥିବା ବେଳେ ଭାରତ ବିଜୟ ହାସଲ କରିଥିଲା ।

Middle post content

ଦେବଦୁତ ସାଜିଲେ ବିରାଟ ଓ କେଏଲ ରାହୁଲ

After 2nd paragraph post ads

କହିବାକୁ ଗଲେ ଭାରତୀୟ ସ୍ପିନରମାନେ ଏକଦମ୍ ବାନ୍ଧିଦେଲେ, ଆଉ ଚାପରେ ହାତଖୋଲା ସଟ୍ ଖେଳିବାକୁ ଯାଇ ଗୋଟିଏ ପରେ ଅନ୍ୟ ଏକ ୱିକେଟ୍ ହରାଇ ଚାଲିଲା ଅଷ୍ର୍ଟ୍ରେଲିଆ । ଶେଷ ଭାଗରେ ମିଚେଲ୍ ଷ୍ଟାର୍କ କିଛି ରନ୍ ସଂଗ୍ରହ କରିଥିଲେ ହେଁ କଙ୍ଗାରୁ ଟିମ୍ ୨୦୦ ରନ୍ ବି ଛୁଇଁ ପାରିଲାନାହିଁ । ଚେନ୍ନାଇର ସ୍ପିନ୍ ସହାୟକ ଚେପକ୍ ପଡ଼ିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ର୍ଟ୍ରେଲିଆକୁ ପ୍ରଥମେ ଝଟ୍‌କା ଦେଇଥିଲେ । ଦଳୀୟ ବିଶ୍ୱକପ ଅଭିଯାନର ତୃତୀୟ ଅର୍ଥାତ୍ ନିଜ ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ଇନଫର୍ମ ଓପନର୍ ମିଚେଲ୍ ମାର୍ଶଙ୍କୁ ବିରାଟ କୋହଲିଙ୍କ ହାତରେ ସ୍ଲିପରେ ଆଉଟ କରାଇ ଭାରତକୁ ବୁମ୍ରା ପ୍ରଥମ ସଫଳତା ଦେଇଥିଲେ । ବୁମ୍ରାଙ୍କ ଅଫ ଷ୍ଟମ୍ପ ବାହାର ଏକ ବାଉନ୍ସିଂ ବଲରେ ସଂପୂର୍ଣ୍ଣ ପରାସ୍ତ ହୋଇଥିବା ମାର୍ଶଙ୍କ କ୍ୟାଚ ଧରିବା ପାଇଁ କୋହଲି ବାମ ପଟକୁ ଏକ ଦର୍ଶନୀୟ ଡାଇଭ୍ ମାରିଥିଲେ । ପରେ ଡେଭିଡ୍ ୱାର୍ଣ୍ଣରଙ୍କ ସହ ନିର୍ଭରଯୋଗ୍ୟ ଷ୍ଟିଭ୍ ସ୍ମିଥ୍ ଯୋଗ ଦେଇ ସ୍ଥିତି ସମ୍ଭାଳିଥିଲେ । ଏହାରି ଭିତରେ ପ୍ରଥମ ବଦଳ ବୋଲର ଭାବେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ମିଥ୍ ଓ ବିଶେଷ କରି ବାମହାତୀ ୱାର୍ଣ୍ଣର ଆକ୍ରମଣ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ । ତେବେ ଗେମ୍ ଚେଞ୍ଜର କୁଲଦୀପ ଯାଦବ ୧୭ ତମ ଓଭରରେ ବିପଜ୍ଜନକ ହୋଇ ଆସୁଥିବା ୱାର୍ଣ୍ଣରଙ୍କୁ ୪୧ ରନରେ କଟ୍ ଆଣ୍ଡ ବୋଲ୍ଡ କରାଇ ଏହି ଯୋଡ଼ି ଭାଙ୍ଗିଥିଲେ । ପରେ ଚେପକରେ ଚାଲିଥିଲା ଜାଡେଜା ଯାଦୁ । ଉଭୟ ଜାଡେଜା ଓ କୁଲଦୀପଙ୍କ ସହ ରବି ଅଶ୍ୱିନ୍ କଙ୍ଗାରୁ ବ୍ୟାଟରମାନଙ୍କ ହାତ ଏକରକମ ବାନ୍ଧି ଦେଇଥିଲେ । ଆଉ ଏହି ସୁଯୋଗରେ ଚାପଗ୍ରସ୍ତ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଥିଲେ ଜାଡେଜା । କ୍ରିଜରେ ଜମି ଆସୁଥିବା ଷ୍ଟିଭ୍ ସ୍ମିଥଙ୍କୁ ତାଙ୍କ ବ୍ୟକ୍ତିଗତ ସ୍କୋର ୪୬ ରନରେ ବୋଲ୍ଡ କରି ଦେବା ପରେ ଜାଡୁ ,ଏହା ପର ଓଭରରେ ମାର୍ନସ ଲାବୁସାନେ ଓ ଆଲେକ୍ସ କ୍ୟାରୀଙ୍କୁ ଲଗାତର ଆଉଟ୍ କରି କଙ୍ଗାରୁ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ପରେ ଗ୍ଲେନ୍ ମ୍ୟାଲ୍କୱେଲଙ୍କୁ ମାତ୍ର ୧୫ ରନରେ କୁଲଦୀପ ଯାଦବ ବୋଲଡ୍ କରି ଦେଇଥିବା ବେଳେ କାମେରନ୍ ଗ୍ରୀନଙ୍କୁ ୮ ରନରେ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇ ରବି ଅଶ୍ୱିନ୍ ମ୍ୟାଚରେ ନିଜ ଏକମାତ୍ର ସଫଳତା ହାସଲ କରିଥିଲେ । ପରେ କମିନ୍ସଙ୍କୁ ବୁମ୍ରା ନିଜ ଦ୍ୱିତୀୟ ଶିକାର କରିଥିଲେ ଏବଂ ଆଡାମ୍ ଜାମ୍ପାଙ୍କୁ କୋହଲିଙ୍କ ହାତର ଧରା ପକାଇ ପ୍ରଥମରୁ ମହଙ୍ଗା ହୋଇଥିବା ପାଣ୍ଡ୍ୟା ଗୋଟିଏ ୱିକେଟ୍ ନେଇଥିଲେ । ଶେଷ ଭାଗକୁ ମିଚେଲ୍ ଷ୍ଚାର୍କ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୨୮ ରନ୍ କରିଥିଲେ ହେଁ ଏହା କଙ୍ଗାରୁ ଦଳକୁ ୨୦୦ ପାର୍ କରାଇବାରେ ସହାୟକ ହୋଇ ନଥିଲା । ଶେଷରେ ମହମ୍ମଦ ସିରାଜ୍ ଷ୍ଟାର୍କଙ୍କୁ ପ୍ୟାଭିଲିଅନ ରାସ୍ତା ଦେଖାଇ ଅଷ୍ଟ୍ରେଲିଆ ସ୍କୋରକୁ ୧୯୯ ରନରେ ସୀମିତ କରିଦେଇଥିଲେ । ଚେପକରେ ନିଜ ଦଳର ପ୍ରଥମ ବିଶ୍ୱ କପ୍ ମ୍ୟାଚରେ ପ୍ରତି ଭାରତୀୟ ବୋଲରଙ୍କୁ ମିଳିଥିଲା ୱିକେଟ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami