ଆକ୍ସନ ମୋଡରେ ଇଡି: ଇଡି ଜାଲରେ ୨ ମୁଖ୍ୟମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ

Above Post Content

ନୂଆଦିଲ୍ଲୀ: ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ୫୦ ଦିନ ମଧ୍ୟରେ ଇଡ଼ି ଜାଲରେ ୨ ମୁଖ୍ୟମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ଅର୍ଥାତ ତିନି ତିନି ଜଣ ବଡ଼ ନେତାଙ୍କୁ ଗିରଫ କରିଛି ଇଡି । ସେମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତା । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଏବଂ କବିତାଙ୍କ ଗିରଫ ହୋଇଥିବା ବେଳେ ଜମି ଘୋଟାଲା ମାମଲାରେ ହେମନ୍ତଙ୍କୁ ଗିରଫ କରାଯାଇଛି ।

ଇଡି କାର୍ଯ୍ୟାଳୟ ଆଗରେ ୧୪୪ ଧାରା ଜାରି

After 2nd paragraph post ads

ଗତକାଲି ରାତିରେ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି । ପ୍ରାୟ ଦୁଇ ଘଣ୍ଟା ପଚରାଉଚରା କରିବା ପରେ କେଜ୍ରିୱାଲଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ଆମ ଆଦମୀ ପାର୍ଟି ନେତା ଆତିଶୀ କହିଛନ୍ତି, ଇଡି ଦ୍ୱାରା ଗିରଫ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ । ତୁରନ୍ତ ମାମଲାର ବିଚାର କରିବାକୁ ଦାବି କରିଛୁ । ଏପଟେ କେଜ୍ରିୱାର ଗିରଫ ହୋଇଥିଲେ ବି ଇସ୍ତଫା ଦେବେ ନାହିଁ ବୋଲି ଦିଲ୍ଲୀ ଆପ୍ ବିଧାନସଭା ଅଧ୍ୟକ୍ଷ କହିଛନ୍ତି । ଇଡି କେଜ୍ରିୱାଲଙ୍କ ଫୋନ ଜବତ କରି ନେଇଥିବା ବେଳେ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କେଜ୍ରିୱାଲଙ୍କ ଘର ଆଗରେ ଆରଏଏଫଙ୍କୁ ମୁତୟନ କରାଯାଇଛି । ସେପଟେ ଇଡି କାର୍ଯ୍ୟାଳୟ ଆଗରେ ୧୪୪ ଧାରା ଜାରି କରାଯାଇଛି ।

Middle post content

୬ ଦିନ ପୂର୍ବରୁ କେ. କବିତା ହୋଇଥିଲେ ଗିରଫ

ଦିଲ୍ଲୀ ମଦ ନୀତି ମାମଲାରେ ୧୫ ମାର୍ଚ୍ଚକୁ ଇଡି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା । କବିତାଙ୍କ ଗିରଫଦାରୀ ପୂର୍ବରୁ ଇଡି ତାଙ୍କ ହାଇଦ୍ରାବାଦ ଘରେ ରେଡ୍ଡ କରିଥିଲା । ଯାଞ୍ଚ ସମୟରେ ଇଡି ପ୍ରମାଣ ଏକାଠି କରିଥିଲା । ମଦ ଘୋଟାଲାରେ ମନିଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ପରେ ବଡ଼ ନେତା ଭାବେ କେ. କବିତା ଗିରଫ ହୋଇଥିଲେ ।

ଜମି ଘୋଟାଲା ମାମଲାରେ ଗିରଫ ହୋଇଥିଲେ ହେମନ୍ତ

ଏହା ପୂର୍ବରୁ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗତ ଜାନୁଆରୀ ୩୧ରେ ଗିରଫ କରିଥିଲା । ଜମି ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ କରିବା ପୂର୍ବରୁ ଇଡି ତାଙ୍କୁ ପ୍ରାୟ ୭ ଘଣ୍ଟା ପଚରାଉଚରା କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami