ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା

Above Post Content

ଭୁବନେଶ୍ୱର : ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା । ଶୁକ୍ରବାର ୩ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଛି । ଏହି ବୈଠକରେ ତିନି ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନେ ସାମିଲ ହୋଇଛନ୍ତି । ବରଗଡ ପର୍ଯ୍ୟବେକ୍ଷକ ସୁଧିର ସାମଲ ଓ କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ବୈଠକରେ ଉପସ୍ଥିତ ଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

Middle post content

ମିଳିମିଶି କାମ କରିବାକୁ ପରାମର୍ଶ

After 2nd paragraph post ads

ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ ସହ ଲୋକଙ୍କର ଅଧିକ ନିକଟର ହୋଇ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami