ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

Above Post Content

ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ଆସୁଛି ଦୁର୍ଗାପୂଜା । ସବୁଆଡ଼େ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏଥର ପୂଜାରେ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ରାଜଧାନୀରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏହି ଖବର ପାଇବା ପରେ ସହରବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

Middle post content

ଏଥର ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି । ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି କରିବାର ଅନୁମତି ଦିଆ ଯାଉଥିଲା । ଏବର୍ଷ ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ଚାଲି ପାରିବ ବୋଲି ଅନୁମତି ଦେଇଛି ପୋଲିସ ପ୍ରଶାସନ । କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮ ଥିବାବେଳେ ଭୁବନେଶ୍ୱରରେ କିନ୍ତୁ ୧୮୩ ରହିଛି ।

After 2nd paragraph post ads

ତେଣୁ ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେନେଇ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ଏଥିସହ ସୁବ୍ୟବସ୍ଥିତ ଭାବେ ରୀତିନୀତି ସହ ପୂଜା କିଭଳି ହେବ ତାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ରାତି ୧୨ଟା ଯାଏଁ ମେଲୋଡି ଚାଲି ପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ନେଇ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଘୋଷଣା ପରେ ସହରବାସୀଙ୍କ ମନରେ ଆନନ୍ଦ ଦେଖାଦେଇଛିି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami