ଟ୍ରକ୍‌କୁ ପିଟିଲା କାର, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

Above Post Content

କଟକ: ଭୋର ୪ଟାରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ତାଙ୍କ କାର ଡ୍ରାଇଭର ମଧ୍ୟ ଗୁରୁତର ଅଛନ୍ତିି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ସଙ୍ଗେ ସଙ୍ଗେ ଆଜି ସକାଳୁ ସକାଳୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାରମାନେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଛନ୍ତି ।

Middle post content

ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଲାଗିଛି ଆଘାତ

After 2nd paragraph post ads

ନିର୍ଦ୍ଦେଶକ ସୁଧାକର ବସନ୍ତ ବାରିପଦାରୁ ସୁଟିଂ ସାରି ଭୁବନେଶ୍ୱର ଫେରୁଥିଲେ । ଭୋରୁ ମଙ୍ଗୁଳି ଛକରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ତାଙ୍କ ଗାଡ଼ି ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଚୌଦାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ସୁଧାକରଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ଗାଡ଼ିରେ ଡ୍ରାଇଭର. ସୁଧାକର ଓ ସହକାରୀ ନିର୍ଦ୍ଦେଶକ ଥିଲେ । ଡ୍ରାଇଭର ଗାଡ଼ି ଚଲାଉଥିବା ବେଳେ ସୁଧାକର ସାମ୍ନା ସିଟ୍‌ରେ ବସିଥିଲେ । ସୁଧାକରଙ୍କ ଜଣେ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ । ଡ୍ରାଇଭରଙ୍କ ଅବସ୍ଥା ଭଲ ଥିବା ବେଳେ ସୁଧାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ଉଦ୍ଧାର କରାଯିବା ବେଳକୁ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । କାର୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ହାତରେ ଅଧିକ ଆଘାତ ଲାଗିଛି । ସେହିଭଳି ମୁଣ୍ଡରେ ଅଳ୍ପ ଆଘାତ ଲାଗିଛି । ସେ ବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ରଘୁଙ୍କର କିଛି ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami