୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, କହିଲେ ଜବତ ଟଙ୍କା ମୋର ନୁହେଁ

Above Post Content

ନୂଆଦିଲ୍ଲୀ : କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଏବଂ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିଛି । ଏନେଇ ଦୀର୍ଘ ୧୦ ଦିନ ପରେ ମୁହଁ ଖୋଲିଛନ୍ତି ଧୀରଜ । ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ ସମ୍ପୃକ୍ତ ନୁହନ୍ତି । ଉକ୍ତ ଟଙ୍କା ଚଢ଼ାଉ କରାଯାଇଥିବା କମ୍ପାନୀଗୁଡ଼ିକର ଥିଲା । ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସମ୍ପର୍କ ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

ଭାରତରେ ସର୍ବାଧିକ ଜବତ ହୋଇଥିବା ଅର୍ଥରାଶି

After 2nd paragraph post ads
Middle post content

ଧୀରଜଙ୍କ ପରିବାର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରି ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଉପରେ ଗତ ୬ ତାରିଖରୁ ଆୟକର ବିଭାଗ ଚଢ଼ାଉ ଜାରି ରଖିଥିଲା । ଏହି ଚଢ଼ାଉ ବେଳେ ୩୫୩.୫ କୋଟି ଟଙ୍କା ଜବତ ହୋଇଥିଲା, ଯାହାକି ଭାରତରେ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ଗୋଟିଏ ଚଢ଼ାଉରେ ସର୍ବାଧିକ ଜବତ ଅର୍ଥରାଶି । ଟଙ୍କା ଗଣି ଗଣି ମେଶିନ୍‌ଗୁଡ଼ିକ ଥକିପଡ଼ିଥିଲେ । ରେକର୍ଡ ପରିମାଣର ଅର୍ଥ ଜବତ, ଦୀର୍ଘ ସମୟର ଚଢ଼ାଉ ଏବଂ ଟଙ୍କାଭର୍ତ୍ତି ଆଲମିରାଗୁଡ଼ିକର ଭିଡିଓକୁ ବ୍ୟବହାର କରି ଭାଜପା କଂଗ୍ରେସକୁ ସମାଲୋଚନା କରିବା ସହ ଦୁର୍ନୀତିରେ ଲିପ୍ତ ଥିବା କହିଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ଟୁଇଟ୍ କରିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ ।

୧୦୦ ବର୍ଷ ହେଲା ମଦ ବ୍ୟବସାୟ କରି ଆସୁଛନ୍ତି

ନିକଟରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧୀରଜ କହିଛନ୍ତି, ସେ ୩୫ ବର୍ଷ ଧରି ରାଜନୀତିରେ ଅଛନ୍ତି । ପ୍ରଥମ ଥର ଲାଗି ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଯାଇଛି । ତାଙ୍କ ପରିବାର ୧୦୦ ବର୍ଷ ହେଲା ମଦ ବ୍ୟବସାୟ କରୁଛନ୍ତି । ଜବତ ଟଙ୍କା ତାଙ୍କ କମ୍ପାନୀର । ସେ ରାଜନୀତିରେ ବ୍ୟସ୍ତ ଥିବାରୁ ବ୍ୟବସାୟ ଉପରେ ନଜର ଦେଇ ନ ଥାନ୍ତି । ପରିବାର ବ୍ୟବସାୟ ବୁଝିଥାଏ ବୋଲି ରାଜ୍ୟ ସଭା ସଦସ୍ୟ ଧୀରଜ କହିଛନ୍ତି । ସେ ୬ ଭାଇ ଓ ତାଙ୍କର ବଡ଼ ପରିବାର ବ୍ୟବସାୟ ସହ ଜଡ଼ିତ । ସେମାନଙ୍କ ପିଲାମାନେ ମଧ୍ୟ ବିଭିନ୍ନ କମ୍ପାନୀ ବୁଝାସୁଝା କରିଥାନ୍ତି । ସେମାନଙ୍କର ବ୍ୟବସାୟ ସ୍ୱଚ୍ଛ । ଜବତ ଅର୍ଥ ମଦ ବିକ୍ରିରୁ ମିଳିଥିଲା । ଏଥିରେ କଂଗ୍ରେସ କିମ୍ବା ଅନ୍ୟ ଦଳର କିଛି କରିବାର ନାହିଁ ବୋଲି ଧୀରଜ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami