ଝିଅ ଇଶାର ଛାଡ଼ପତ୍ରକୁ ନେଇ ଦୁଃଖୀ ଅଛନ୍ତି ଧର୍ମେନ୍ଦ୍ର

Above Post Content

ମୁମ୍ବାଇ: ଝିଅର ଛାଡ଼ପତ୍ରକୁ ନେଇ ଦୁଃଖୀ ହୋଇପଡ଼ିଛନ୍ତି ବଲିଉଡ଼ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ର । କେବଳ ଧର୍ମେନ୍ଦ୍ର ନୁହଁନ୍ତି ଅଭିନେତ୍ରୀ ହେମା ମାଳିିନୀ ମଧ୍ୟ ଝିଅର ଏପରି ଛାଡ଼ପତ୍ରକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ନିଜ ସମ୍ପର୍କକୁ ଆଉ ଥରେ ବଜାୟ ରଖିବା ପାଇଁ ଇଶା ଓ ଭରତ ଆଉଥରେ ଭାବିବା ଉଚିତ୍ ବୋଲି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି ।

ପୁନର୍ବାର ଚିନ୍ତା କରିବା ଆବଶ୍ୟକ ବୋଲି ଦେଲେ ପରାମର୍ଶ

After 2nd paragraph post ads
Middle post content

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ତାଙ୍କ ସ୍ୱାମୀ ଭରତ ତଖ୍‌ତାନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆପୋଷ ସହମତିରେ ଅଲଗା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ଈଶା ଓ ଭରତ କହିଛନ୍ତି ଯେ, ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମ ଜୀବନର ଏହି ପରବର୍ତ୍ତନ ଯୋଗୁ ଆମର ଦୁଇ ପିଲାଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଶାଙ୍କ ଏହି ଘୋଷଣା ପରେ ଏବେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ବାପା ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି ଯେ, କୌଣସି ପିତାମାତା ସେମାନଙ୍କ ପିଲାମାନଙ୍କ ପରିବାର ଭାଙ୍ଗିବା ଦେଖି ଖୁସି ହୋଇପାରିବେ ନାହିଁ । ଗୋଟେ ପିତା ପାଇଁ ଏହା କେତେ ଯନ୍ତ୍ରଣାଦାୟକ କେହି ବୁଝିପାରିବେ ନାହିଁ । କିନ୍ତୁ ସେ ଅନୁଭବ କରୁଛନ୍ତି ଯେ ଇଶା ଛାଡ଼ପତ୍ର ନିଷ୍ପତ୍ତି ଉପରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ । ଅଲଗା ହେବା ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

୧୨ ବର୍ଷର ସମ୍ପର୍କ ତୁଟିଲା

ଈଶା ତାଙ୍କ ଭାଇ ସନୀ ଦେଓଲ ଓ ବବି ଦେଓଲଙ୍କ ପରି ଏତେଟା ସଫଳ ହୋଇପାରି ନ ଥିଲେ । ୨୦୧୨ରେ ସେ ବ୍ୟବସାୟୀ ଭରତଙ୍କୁ ବିବାହ କରିଥିଲେ । ଈଶା ଏବଂ ଭରତଙ୍କ ପ୍ରେମ ସମ୍ପର୍କ ସ୍କୁଲରୁ ଆରମ୍ଭ ହୋଇଥିଲା । କଲେଜରେ ପଢ଼ିବା ପରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା । ପରେ କୌଣସି କାରଣ ବଶତଃ ଉଭୟ ଅଲଗା ହୋଇ ଯାଇଥିଲେ । ଏହାର ୧୦ ବର୍ଷ ପରେ ସେମାନେ ପୁନର୍ବାର ପ୍ରେମରେ ପଡିଥିଲେ ଏବଂ ଶେଷରେ ବିବାହ କରିଥିଲେ । ସେମାନଙ୍କର ୨ଟି ଝିଅ ଅଛି । ବିବାହର ଦୀର୍ଘ ୧୨ ବର୍ଷ ପରେ ଅଲଗା ହେବାକୁ ନେଇଛନ୍ତି ନିଷ୍ପତ୍ତି । ଈଶା ୨୦୦୨ରେ କୋଇ ମେରେ ଦିଲ ସେ ପୁଛେ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଧୂମ, ନା ତୁମ ଜାନୋ ନା ହମ, କ୍ୟା ଦିଲ ନେ କହା, ହାଇଜ୍ୟାକ ଓ ପ୍ୟାରେ ମୋହନ ନାମକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୨୨ରେ ଅଜୟ ଦେବଗାନଙ୍କ ସହ ରୂଦ୍ର: ଦିଏ ଏଜ ଅଫ ଡାର୍କନେସ ମାଧ୍ୟମରେ ସେ ଓଟିଟି ପଦାର୍ପଣ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami