ସିଂହ ସହ ସେଲ୍‌ଫି ନେବାକୁ ଏନ୍‌କ୍ଲୋଜରକୁ ଡ଼େଇଁଲେ ଯୁବକ

Above Post Content

ହାଇଦ୍ରାବାଦ: ଆଜିକାଲି ଯୁବପୀଢି ସେଲଫି ଓ ଭିଡ଼ିଓ କରିବା ପାଇଁ ପୁରା ପାଗଳ । ସେମାନେ ସ୍ଥାନ,କାଳ,ପାତ୍ର ଭୁଲିଯାଉଛନ୍ତି । ଏମିତିକି ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି । ଏବେ ଆନ୍ଧ୍ରପ୍ରଦେଶରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ସିଂହ ସହିତ ସେଲଫି ନେବା ତାଙ୍କ ପାଇଁ ମହଙ୍ଗା ପଡଛିି ।

Middle post content

କର୍ମଚାରୀଙ୍କ ଚେତାବନୀ ସତ୍ତ୍ୱେ ନେଇଥିଲେ ସେଲଫି

After 2nd paragraph post ads

ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଏକ ପ୍ରାଣୀ ଉଦ୍ୟାନରେ ଘଟିଛି ଏହି ଘଟଣା । ରାଜସ୍ଥାନର ପ୍ରହ୍ଲାଦ ଗୁଜାର ନାମକ ଜଣେ ଯୁବକ ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ ଜେଡ୍‌ର ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥିଲେ । ଏଠାରେ ବିଭିନ୍ନ ସ୍ଥାନରେ ସେଲଫି ନେଇଥିଲେ । ପରେ ସିଂହ ସହ ସେଲଫି ନେବାକୁ ଯାଇଥିଲେ । କର୍ମଚାରୀଙ୍କ ଚେତାବନୀ ସତ୍ତ୍ୱେ ସେ ସେଲଫି ନେବାକୁ ସିଂହର ଏନକ୍ଲୋଜରକୁ ଡେଇଁପଡିଥିଲେ । ଏନକ୍ଲୋଜରରେ ଥିବା ସିଂହ ପ୍ରହ୍ଲାଦଙ୍କୁ ଦେଖିବା କ୍ଷଣି ଆକ୍ରମଣ କରିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସିଂହ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରହ୍ଲାଦ ଏକ ଗଛ ଉପରକୁ ଯାଇଥିଲେ । ତଥାପି ସେ ସିଂହଠାରୁ ରକ୍ଷା ପାଇପାରିଲେ ନାହିଁ । ସିଂହ କୌଣସି ପ୍ରକାରେ ତାଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇ ତାଙ୍କୁ ନିଜ ଏନକ୍ଲୋଜରକୁ ଟାଣି ନେଇଗଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । କୁହାଯାଉଛି ଯେ ଯୁବକ ଜଣକ ମଦ୍ୟପାନ କରିଥିଲେ । ଖବରପାଇ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ôଚଥିଲେ । କର୍ମଚାରୀମାନେ କୌଣସି ପ୍ରକାରେ ସିଂହଟିକୁ ସେହି ବ୍ୟକ୍ତିଙ୍କଠାରୁ ଦୂରରେ ରଖିବାରେ ସଫଳ ହୋଇଥିଲେ । ତାଙ୍କୁ ଏନକ୍ଲୋଜରରୁ ବାହାର କରିଥିଲେ । କିନ୍ତୁ ସେତେବେଳକୁ ପ୍ରହଲ୍ଲାଦଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami