ମତଦାନ ପାଇଁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Above Post Content

ଭୁବନେଶ୍ୱର: ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମୋଟ୍ ୪ ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଏହି ୪ଟି ପର୍ଯ୍ୟାୟରେ ମତଦାନ କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଫିସ ଏବଂ କୋର୍ଟ ଇତ୍ୟାଦି ଭୋଟ ଗ୍ରହଣ ଦିନ ବନ୍ଦ ରହିବ । ଭୋଟ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ କୋର୍ଟ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Middle post content

୪ଟି ପର୍ଯ୍ୟାୟରେ ମତଦାନ ପାଇଁ ସରକାରୀ ଅଫିସ, କୋର୍ଟ ଛୁଟି

After 2nd paragraph post ads

ଆସନ୍ତା ମାସରୁ ଓଡିଶାରେ ନିର୍ବାଚନ ଆରମ୍ଭ ହେବ । ମେ’ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପର୍ଯ୍ୟାୟକ୍ରମେ ମେ’ ୨୦, ୨୫ ଏବଂ ଜୁନ୍ ୧ ତାରିଖରେ ଓଡିଶାରେ ମତଦାନ କରାଯିବ । ତେଣୁ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ଭୋଟ ଦେବାକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ମେ’ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଇଛି । ସେହିଭଳି ମେ’ ୨୦ରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ସରକାରୀ କର୍ମଚାରୀମାନେ ଛୁଟି ନେଇପାରିବେ । ଏହାସହ ଜୁନ ୧ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami