ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି

Above Post Content

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକେ ପ୍ରଚଣ୍ଡ ଖରାରେ ଡ଼ହଳବିକଳ ହେଉଛନ୍ତି । ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଉଛି । କାରଣ ପାଣି ଠିକ୍ ଭାବେ ଛାତ୍ରଛାତ୍ରୀ ପିଉ ନ ଥିବାରୁ ଏପରି ସମସ୍ୟା ଦେଖାଦେଉଛି । ତେଣୁ ଏହି ଡିହାଇଡ଼୍ରେସନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟର ପ୍ରତ୍ୟେକ ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

Middle post content

ଦୈନିକ ୩ ଥର ବାଜିବ ଜଳ ବିରତି ଘଣ୍ଟି

After 2nd paragraph post ads

ତାପମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡିହାଇଡ୍ରେସନ ଜନିତ ସମସ୍ୟା ଦେଖାଯାଇପାରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲରେ ‘ଜଳ ବିରତି ଘଣ୍ଟି’ ବଜାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ । ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି । ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ । ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami