‘ମିଗଜୋମ୍‌’ ପାଇଁ ବିମାନ ସେବା ପ୍ରଭାବିତ: ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନ ବାତିଲ

Above Post Content

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ମିଗଜୋମ୍‌’ ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି । ଫଳରେ ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିଛି । ବିମାନବନ୍ଦର ବନ୍ଦ ରହିଥିବା ଦର୍ଶାଇ ଉଭୟ ଚେନ୍ନାଇ ଅଭିମୁଖେ ଉଡ଼ାଣ ବାତିଲ କରାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Middle post content

ପାଗ ଭଲ ରହିଲେ ଉଡ଼ିବ ବିମାନ

After 2nd paragraph post ads

ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଚେନ୍ନାଇ ବିମାନବନ୍ଦର ପାଣି ଘେରରେ ରହିଛି । ଚେନ୍ନାଇରୁୁ ଉଡ଼ାଣ କରୁଥିବା ଓ ଆସୁଥିବା ଅନେକ ବିମାନକୁ ବାତିଲ କରି ଦିଆଯାଇଛି । ସେହିପରି ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ୨ଟି ବିମାନ ମଧ୍ୟ ବାତିଲ କରି ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ପାଗ ଖରାପ ଥିବାରୁ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ବିମାନକୁ ବାତିଲ କରାଯାଇଥିଲା । ଆମେ ସାଧାରଣତଃ ଚେନ୍ନାଇକୁ ଦୈନିକ ଦୁଇଟି ବିମାନ ଉଡ଼ାଣ କରୁ । ଯଦି ପାଗ ଅନୁମତି ଦିଏ ଓ ଚେନ୍ନାଇ ବିମାନ ବନ୍ଦର ଖୋଲିବ ତେବେ ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ ହେବ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ମଙ୍ଗଳବାର ସକାଳେ ଭୟଙ୍କର ସାମୁଦ୍ରିକ ଝଡ଼ ‘ମିଗଜୋମ୍ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନେଲ୍ଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ ଏବଂ ପବନର ବେଗ ୧୧୦ କିଲୋମିଟର ରହିବ । ବାତିଲ୍ ହୋଇଥିବା ବିମାନରେ ବୁକିଂ ହୋଇଥିବା ଯାତ୍ରୀମାନେ ପୁନଃ ନିର୍ଦ୍ଧାରଣ କିମ୍ବା ବାତିଲ୍ ବିକଳ୍ପ ପାଇଁ ବିମାନ କମ୍ପାନି ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami