ଆଜି ପ୍ରଥମାଷ୍ଟମୀ : ପୋଢୁଆଁ ହେଲେ ବଡ଼ଠାକୁର

Above Post Content

ପୁରୀ : ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଡ଼ଦେଉଳର ବଡ଼ଠାକୁର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଭୋଗମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯାଇଛି । ଏହାପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯାଇଥିଲା । ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳୀ ମାଧବଙ୍କ ପୀଠରୁ ଗତ ଚାରିବର୍ଷ ହେବ ପୋଢୁଆଁ ଭାର ଆସୁଛି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି । ଏ ବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି । ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେଶନ ସେଲ୍ ଦାନ ଆକାରରେ ଗ୍ରହଣ କରାଯାଇଛି ।

ମାମୁଁ ଘରୁ ଆସିଥିଲା ପୋଢୁଆଁ ଭାର

After 2nd paragraph post ads
Middle post content

ଗତକାଲି ଅପରାହ୍ନରେ ମାଧବ ମନ୍ଦିରରୁ ଭାର ଆଣି ଆସିଥିବା ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ ଚନ୍ଦନକାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ଆସିଥିଲା । ଗୁଣ୍ଡିଚା ମନ୍ଦିରଠାରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ଆଗରେ ଭୋଇ ସେବକମାନେ ପତାକା ଧରି ଚାଲିଥିଲେ । ଢୋଲିଆ ଓ ମହୁରିଆ ମଙ୍ଗଳ ବାଦ୍ୟରେ କମ୍ପିଥିଲା ପରିବେଶ । ପଛକୁ ପଛ ସଂକୀର୍ତ୍ତନ, ଲଉଡ଼ି ଖେଳ, ନୃତ୍ୟ ଆଦି ପରିବେଷଣ କରାଯାଉଥିଲା । ୨୦ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ଆଣି ଆସିଥିଲେ ।

ନିଆଳୀ ମାଧବ ପୀଠରୁ ଆସିଥିଲା ଭାର

ଏହି ସମୟରେ ବଡ଼ଦାଣ୍ଡରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଡୋନେଶନ ସେଲ୍‌ରେ ଏହି ଭାର ରଖାଯାଇଥିଲା । ଶ୍ରୀ ଶ୍ରୀ ମାଧବାନନ୍ଦ ଜୀଉ ବିକାଶ ପରିଷଦ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ଥିଲେ । ତେବେ ଶ୍ରୀଜଗନ୍ନାଥଙ୍କ ମାମୁଁଘରକୁ ନେଇ କେହି କୌଣସି ପ୍ରକାର ସ୍ପଷ୍ଟ ତଥ୍ୟ ଉପସ୍ଥାପନ କରୁ ନ ଥିବାବେଳେ କିଛିବର୍ଷ ହେବ ଶ୍ରଦ୍ଧା ଓ ବିଶ୍ୱାସର ସହିତ ନିଆଳୀ ମାଧବ ପୀଠରୁ ମହାପ୍ରଭୁଙ୍କ ପାଇଁ ଆସୁଛି ଏହି ପୋଢୁଆଁ ଭାର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami