ତାଣ୍ଡବ ରଚିଲା ମିଗଜୋମ: ପାଣିରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

Above Post Content

ଚେନ୍ନାଇ: ଭୀଷର ବାତ୍ୟାର ରୂପ ନେଇ ମାଡି ଆସୁଛି ମିଗଜୋମ । ତାଣ୍ଡବ ରଚିଛି ମିଗଜୋମ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଇଲାକାରେ ଆକାଶରେ କଳା ବାଦଲ ଛାଇ ଯାଇଛି । ଅନେକ ଜାଗାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଚେନ୍ନାଇର ଅବସ୍ଥା ବେହାଲ ହୋଇଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଛି । ପାଣିର ସୁଅ ଏତେ ପ୍ରଖର ହୋଇଛି ଯେ, ରାସ୍ତା ଉପରେ ଅନେକ କାର ଭାସୁଥିବା ଦେଖିବାକୁ ମିଳିଛି । ସେହିପରି ଚେନ୍ନାଇ ଏୟାର ପୋର୍ଟର ରନୱେ ଜଳମଗ୍ନ ହୋଇଯାଇଛି । ଫଳରେ ବିମାନ ଚଳାଚଳ ବ୍ୟାହତ ହୋଇଛି ।

After 2nd paragraph post ads
Middle post content

ଘରୁ ନ ବାହାରିବାକୁ କରାଯାଇଛି ସତର୍କ

ଆଇଏମଡି ସୂଚନା ଅନୁସାରେ, ଉତ୍ତର ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ଘଣ୍ଟାକୁ ୧୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିଛି । ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami