ବାତ୍ୟା ପ୍ରଭାବରେ ଓଡ଼ିଶାରେ ହେବ ଭୀଷଣ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Above Post Content

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ହେବ । ଆଜିଠାରୁ କିଛି ସ୍ଥାନର ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ଯାଏ ବର୍ଷା ହୋଇପାରେ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା । ଓଡ଼ିଶା ଉପକୂଳ ସମୁଦ୍ର ଆଜିଠାରୁ ଅଶାନ୍ତ ରହିବ । ଏଥିପାଇଁ ୬ ତାରିଖ ଯାଏ ଓଡ଼ିଶା ଉପକୂଳ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Middle post content

ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

After 2nd paragraph post ads

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସୂଚନାନୁସାରେ, ରବିବାର ସନ୍ଧ୍ୟା ୭ଟା ୪୫ ସୁଦ୍ଧା ଏହା ପୁଡୁଚେରୀଠାରୁ ପ୍ରାୟ ୨୪୦ କି.ମି. ପୂର୍ବ, ଚେନ୍ନାଇଠାରୁ ୨୧୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବ, ନେଲ୍ଲୋରଠାରୁ ୩୩୦ କି.ମି.ଦ କ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ୍‌ଠାରୁ ୪୫୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା ପ୍ରତି ୮ କି.ମି. ବେଗରେ ଆଗକୁ ବଢ଼ୁଛି । କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ସୋମବାର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ପ୍ରାୟ ସମାନ୍ତରାଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଗତିକରିବ । ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପଟନମ୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିବ । ଏହାର ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ । ୪ ତାରିଖ ସାରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଞ୍ଚଳକୁ ସତର୍କତା ଜାରି ହୋଇଛି । ସେହିଭଳି ବର୍ଷା ଯୋଗୁ କ୍ଷେତରେ ଥିବା ଫସଲ ଓ ପନିପରିବା, କଚ୍ଚା ରୋଡ୍ ଏବଂ କଚ୍ଚା ଘରଗୁଡ଼ିକୁ କ୍ଷତି ହୋଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami