ଟ୍ରକ,ବସ ଡ଼୍ରାଇଭରଙ୍କୁ ମିଳିବ ମାଗଣା ଚା

Above Post Content

ଭୁବନେଶ୍ୱର: ଟ୍ରକ ଓ ବସ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତିରେ ଜାତୀୟ ରାଜପଥରେ ଟ୍ରକ୍‌, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

Middle post content

ଦୁର୍ଘଟଣା ରୋକିବାକୁ ଅଭିନବ ପ୍ରୟାସ

After 2nd paragraph post ads

ପରିବହନ ମନ୍ତ୍ରୀଙ୍କ କହିବା ମୁତାବକ, ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଏହି ଅଭିନବ ପ୍ରୟାସ । ରାତି ଅନିଦ୍ରା ହେଉଥିବା ଟ୍ରକ୍ ଓ ବସ ଡ଼୍ରାଇଭରଙ୍କୁ ଚା’ ଯୋଗାଇବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଡ଼୍ରାଇଭର । କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଡ଼୍ରାଇଭରଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ, ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଜାତୀୟ ରାଜପଥରେ ଥିବା କେଉଁ କେଉଁ ହୋଟେଲ ଏବଂ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ସେ ନେଇ ଜିଲ୍ଲାପାଳ ଚିହ୍ନଟ କରିବେ ବୋଲି କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami