୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା

Above Post Content

ନୂଆଦିଲ୍ଲୀ : ଏଣିକି ୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ୍ ଦେବା ମନା । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି । ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ କଫ ସିରଫକୁ ବ୍ୟବହାର ନ କରିବାକୁ କହିଛି । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ଔଷଧ-ମିଶ୍ରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଯେଉଁ ମେଡିସିନ୍ ବ୍ୟାନ୍ ହୋଇଛି ସେଥିରେ କାଶ ଓ ଥଣ୍ଡା ମେଡିସିନ୍ ସାମିଲ ଅଛି । ଏଥିସହ ଔଷଧଗୁଡିକ ଉପରେ ସଠିକ୍ ଭାବରେ ଲେବଲ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Middle post content

କଫ ସିରପ ଯୋଗୁ ୧୪୧ ଜଣଙ୍କ ହୋଇଥିଲା ମୃତ୍ୟୁ

After 2nd paragraph post ads

୨୦୧୯ ଠାରୁ ଭାରତରେ ଘରୋଇ ଉତ୍ପାଦିତ କଫ ସିରପ ଯୋଗୁ ଶିଶୁ ମୃତ୍ୟୁ ପରେ ଏହି ନିର୍ଦ୍ଦେଶନାମା ଆସିଛି । ଗତ ବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କାମେରୁନରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ସିରପ ଯୋଗୁ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା । ଏହା ପରେ ଭାରତରୁ ଫାର୍ମାସ୍ୟୁଟିକାଲ ରପ୍ତାନୀର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ତଥା ସିଡିଏସ୍‌ସିଓ ଡିସେମ୍ବର ୧୮ ରେ ଏକ ନିର୍ଦ୍ଦେଶ ଜାରି କରି ବୁଧବାର ସର୍ବସାଧାରଣରେ ପ୍ରକାଶ କରି ଔଷଧ ଉତ୍ପାଦନକାରୀଙ୍କୁ ସେମାନଙ୍କ ଉତ୍ପାଦ ଉପରେ ସତର୍କ ଲେବଲ ଲଗାବାକୁ ଚେତାବନୀ ଦେଇଛି । ଏଥିରେ ୪ ବର୍ଷରୁ କମ ବୟସରେ ବ୍ୟବହାର କରାଯିବା ଉଚିତ ନୁହେଁ ଲେଖିବାକୁ କହିଛନ୍ତି । କଫ ସିରପ୍‌ରେ ସାଧାରଣତଃ କ୍ଲୋରଫେନିରାମାଇନ ମେଲେଟ ଏବଂ ଫିନାଇଲଫ୍ରାଇନ ରହିଥାଏ । ଯାହା ସାଧାରଣ ଥଣ୍ଡା ଲକ୍ଷଣକୁ ଦୂର କରିବା ପାଇଁ ସିରପ କିମ୍ବା ଟାବଲେଟରେ ବ୍ୟବହୃତ ହୁଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami